ଗୋପାଳକୁ ଚୌଦ୍ବାର ଜେଲ୍‌କୁ ନିଆଗଲା କାହିଁକି ?

ଗୋପାଳକୁ ଚୌଦ୍ବାର ଜେଲ୍‌କୁ ନିଆଗଲା କାହିଁକି ?

ଝାରସୁଗୁଡ଼ା: ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଆଜି କଡ଼ା ସୁରକ୍ଷା ବଳୟ ଭିତରେ ଝାରସୁଗୁଡ଼ା ଉପ କାରାଗାରରୁ ଚୌଦ୍ବାର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର ହୋଇଛି। ତେବେ ଗୋପାଳକୁ ଚୌଦ୍ବାର ଜେଲ୍‌ ହିଁ କାହିଁକି ନିଆଗଲା ଓ ଅନ୍ୟ ଜେଲ୍‌ରେ କାହିଁକି ତାକୁ ରଖାଗଲାନି ସେନେଇ ବି ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ହାଇ ପ୍ରୋଫାଇଲ୍‌ ଘଟଣାରେ ଗୋପାଳ ଅଭିଯୁକ୍ତ ଥିବା ବେଳେ ତା’ର ସୁରକ୍ଷା ବ୍ୟବସ୍ଥା ପ୍ରତି ପୂର୍ବରୁ ବି ଜେଲ୍‌ କର୍ତ୍ତୃପକ୍ଷ ଚିନ୍ତାବ୍ୟକ୍ତ କରିଥିଲେ। ଏହାରି ଭିତରେ ନିକଟରେ ଥିବା ସମ୍ବଲପୁର ସର୍କଲ ‌ଜେଲ୍‌ ଓ ଅନ୍ୟ ବଡ଼ ବଡ଼ ଜେଲ୍‌ ବି ଗୋପାଳକୁ ରଖିବାକୁ ମନା କରିଦେଇଥିବା ଘଟଣା ସାମ୍ନାକୁ ଆସିଛି।

ଗୋପାଳର ସ୍ଥାନାନ୍ତର ଯଥେଷ୍ଟ ପୂର୍ବରୁ ସମ୍ବଲପୁର ସର୍କଲ୍‌ ଜେଲକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଗୋପାଳର ମାନସିକ ସ୍ଥିତି ଠିକ୍‌ ନଥିବା ଘଟଣା ପ୍ରଥମରୁ କୁହାଯାଉଥିବାରୁ ତା ଉପରେ ମନସ୍ତତ୍ବବିତ୍‌ଙ୍କ ନଜର ରଖିବା ଆବଶ୍ୟକ ରହିଛି। ସମ୍ବଲପୁର ସର୍କଲ ଜେଲକୁ ସପ୍ତାହକୁ ଗୋଟିଏ ଥର ମାନସିକ ରୋଗ ଡାକ୍ତର ଆସୁଥିବାରୁ କୌଣସି ବି ସ୍ଥିତିରେ କିଛି ଅପ୍ରୀତିକର ସ୍ଥିତି ଉପୁଜିବା ଆଶଙ୍କା ରହିଛି। ଏହି କାରଣରୁ ସମ୍ବଲପୁର ସର୍କଲ ଜେଲ୍‌ ତଥା ଅନ୍ୟ ବଡ଼ ଜେଲ୍‌ ତାକୁ ରଖିବାକୁ ମନା କରିଦେଇଥିବା ଜେଲ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe