ବାରିପଦା : ଆଜି ଜିଲ୍ଲା ସଦରମହକୁମା ବାରିପଦାରେ ଓଡ଼ିଶା ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଙ୍ଗଠନ(ଆସେକା) ଏବଂ ଅନ୍ୟାନ୍ୟ ୧୦ ଗୋଟି ଆଦିବାସୀ ସଙ୍ଗଠନ ପକ୍ଷରୁ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଗତ ଦୁଇଦିନ ପୂର୍ବେ ଏକ ଇଂରାଜୀ ଗଣମାଧ୍ୟମକୁ ଦୁଇ ପ୍ରମୁଖ ବ୍ୟକ୍ତିତ୍ବ ଏକ ଇଂରାଜୀ ପ୍ରେସ୍ ମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ସମସ୍ତ ଆଦିବାସୀ ହିନ୍ଦୁ ବୋଲି ମନ୍ତବ୍ୟ ଦେଇଥିଲେ। ଏହି ସାକ୍ଷାତକାର ସମ୍ପର୍କରେ ଉକ୍ତ ଦୁଇ ବ୍ୟକ୍ତିଙ୍କ ସହିତ ଆଲୋଚନା ହୋଇଥିଲା। ଏପରି ମନ୍ତବ୍ୟକୁ ଆସେକା ଏବଂ ଅନ୍ୟାନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା।
ଆଦିବାସୀମାନେ ଭାରତ ଭୂଖଣ୍ଡର ମୂଳବାସିନ୍ଦା ଏବଂ ସର୍ବୋଚ୍ଚ ନ୍ୟାୟାଳୟ କେସ୍ ନମ୍ବର ୧୦୩୬୭/୨୦୧୦(୫/୧/୨୦୧୧) ମୁତାବକ ଅଦାଲତ ପକ୍ଷରୁ ଆଦିବାସୀମାନେ ହିନ୍ଦୁ ନୁହନ୍ତି ବୋଲି ରାୟ ଦେଇଥିବା ଆସେକା ପକ୍ଷରୁ ପ୍ରକାଶ। ଏହିପରି ଭାବେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମିଶି ଦେଇଥିବା ମୋଟ ୧୬ଟି ରାୟରେ ମଧ୍ୟ ଆଦିବାସୀମାନେ ହିନ୍ଦୁ ନୁହନ୍ତି ବୋଲି ରାୟ ପ୍ରକାଶ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ଆଦିବାସୀ ସମାଜର ବ୍ୟକ୍ତି ଯେଉଁମାନେ କି ବର୍ତ୍ତମାନ କୌଣସି ସାମ୍ବିଧାନିକ ସଂସ୍ଥାର ପଦପଦବୀରେ ନଥାଇ ଆଦିବାସୀମାନେ ହିନ୍ଦୁ ବୋଲି ମନ୍ତବ୍ୟ ଦେଉଛନ୍ତି। ଏଥି ସହିତ ଆଦିବାସୀମାନେ ହିନ୍ଦୁ ବୋଲି କହିଥିବା ଦୁଇ ବ୍ୟକ୍ତିବିଶେଷ ନିଜର ମନ୍ତବ୍ୟକୁ ବଦଳାଇବା ପାଇଁ ଆସେକା ପକ୍ଷରୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଉପରୋକ୍ତ ଦୁଇ ବ୍ୟକ୍ତିତ୍ବ ଜନୈକ ଏକ ଇଂରାଜୀ ଗଣମାଧ୍ୟମକୁ ଏହି ପ୍ରକାରର ମନ୍ତବ୍ୟ ଦେଇ ନାହାନ୍ତି ଯାହା ଆଦିବାସୀମାନଙ୍କୁ ଧର୍ମାନ୍ତିକରଣ ପାଇଁ ବାଧ୍ୟ କରିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ସାନ୍ତାଳ ଆଦିବାସୀମାନେ ହେଉଛନ୍ତି ପ୍ରକୃତିର ପୂଜକ ସାର୍ନା ଧର୍ମାବଲମ୍ବୀ । ସେ ମଧ୍ୟ ସାର୍ନା ଧର୍ମକୁ ଆସନ୍ତା ୨୦୨୧ ଜନଗଣନାରେ ସାମିଲ କରାଇବା ପାଇଁ ଆସ୍ଥା ପ୍ରକଟ କରିଛନ୍ତି ବୋଲି କହିଥିଲେ ।
ଆଗାମୀ ଦିନରେ ଆସେକା ଏବଂ ସମସ୍ତ ସଂଗଠନ ଏକତ୍ରିତ ହୋଇ ସାର୍ନା ଧର୍ମକୁ ଓଡ଼ିଶା ସରକାରଙ୍କ ନିକଟରେ ଉପସ୍ଥାପନ କରି ସର୍ବସମ୍ମତି କ୍ରମେ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିଶ କରାଇବା ନିମନ୍ତେ ଅନୁରୋଧ କରିବା ପାଇଁ ଗ୍ରାମସ୍ତରରୁ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି । ଉକ୍ତ ବୈଠକରେ ଜିତେନ୍ଦ୍ର ନାଥ ହାଁସଦା, ସୂର୍ଯ୍ୟ ହେମ୍ବ୍ରମ୍, ସୁନ୍ଦର ମୋହନ ହେମ୍ବ୍ରମ୍, ଶ୍ୟାମସୁନ୍ଦର ମୁର୍ମୁ, ନନାରାମ ମୁର୍ମୁ, ସିଙ୍ଗରାୟ ମୁର୍ମୁ, ସୁନାରାମ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ ।
Follow Us