ବେକରେ ଗାମୁଛା ବାନ୍ଧି ବିଧବା ମହିଳାଙ୍କ ଆତ୍ମହତ୍ୟା

ଛାତ୍ରୀନିବାସରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

Representation image

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଟଇଁଲା ଗୁଡ଼ା ନିକଟ ନୂଆ କନ୍ଧଗୁଡ଼ାର ଏକ କାଜୁ ବଗିଚାରେ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ବିଧବା ମହିଳା ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଟଇଁଲା ଗୁଡାର ସୁବ ସାନ୍ତା( ୪୫) ବୋଲି ଜଣା ପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରିଛି।

ସୂଚନା ଅନୁଯାୟୀ ଡ଼ାବୁଗାଁ  ଥାନା ହାତିବେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟଇଁଲା ଗୁଡ଼ା ଗ୍ରାମର ବିଧବା ମହିଳା ସୁବ ସାନ୍ତା ବୁଧବାର ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ଗ୍ରାମ ନିକଟ ନୂଆ କନ୍ଧଗୁଡ଼ା କାଜୁ ବଗିଚା ଭିତରେ ଏକ କାଜୁ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ। ସେହି ରାସ୍ତା ଦେଇ ଗ୍ରାମବାସୀ ଯାଉଥିବା ସମୟରେ ଏହା ଜାଣି ପାରି ହାଟିବେଡ଼ା ସରପଞ୍ଚଙ୍କୁ ଖବର ଦେଇଥିଲେ। ବୁଧବାର ସନ୍ଧ୍ୟାରେ  ହାତିବେଡା ସରପଞ୍ଚ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ତଦନ୍ତ ଜାରି ରଖିଛନ୍ତି। ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ଲକଟି ଗୁଡ଼ାର ମୃତ ବିଧବା ମହିଳା ଡାବୁଗାଁ ସଦର ଜୟନ୍ତିନଗର ଠାରେ ବିବାହ କରିଥିବା ବେଳେ ତାଙ୍କ ସ୍ଵାମୀଙ୍କ ଦୀର୍ଘଦିନ ହେଲା ମୃତ୍ୟୁ ହୋଇଛି। ବିଧବା ସୁବ ସାନ୍ତାର ଦୁଇଟି ଝିଅ ଅଛନ୍ତି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଡାବୁଗାଁ ପଚଲିସ ଏହାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe