ବିଚାରାଧୀନ ବିଧବା କଏଦୀ ଗର୍ଭବତୀ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ବିଚାରାଧୀନ ବିଧବା କଏଦୀ ଗର୍ଭବତୀ: ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

themint

କୋରାପୁଟ: କୋରାପୁଟ ମଣ୍ଡଳ କାରାଗାରର ଜଣେ ବିଚାରାଧୀନ ମହିଳା କଏଦୀ ଜେଲ୍‌ ପ୍ରଶାସନକୁ ଅଡ଼ୁଆରେ ପକାଇଛନ୍ତି। କଏଦୀ ବିଧବା ହୋଇଥିଲା ବେଳେ ବର୍ତ୍ତମାନ ୮ମାସର ଗର୍ଭବତୀ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ଦିର ପୂଜକ ହତ୍ୟା ମାମଲାରେ ଗତ ନଭେମ୍ବର ମାସରେ ତାଙ୍କୁ ପୁଲିସ ଗିରଫ କରିଥିଲା। ଆସନ୍ତା ଜୁନ୍‌ ମାସ ୯ତାରିଖରେ ପ୍ରସବ ତାରିଖ ରହିଥିବା ସୂଚନା ମିଳିଛି।

ଗତବର୍ଷ ଦୀପାବଳୀ ଦିନ କୋରାପୁଟ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ତ୍ରିପାଠୀଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ଚାଞ୍ଚଲ୍ୟକର ଘଟଣାରେ ପୁଲିସ ମୋଟ ୫ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ମଧ୍ୟରେ କୋରାପୁଟ ରଥଶର୍ମା କଲୋନିର ୨୧ ବର୍ଷୀୟା ରମା ଗୌଡ଼ ମଧ୍ୟ ଥିଲେ। ନଭେମ୍ବର ମାସ ୧୩ରେ ପୁଲିସ ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏହି ସମୟରେ ରମା କାଳେ ମାସକର ଗର୍ଭବତୀ ଥିଲେ ବୋଲି ଜେଲର ଲଲାଟେନ୍ଦୁ ଭୂଷଣ ଦାଶ କହିଛନ୍ତି। ବିଚାରାଧୀନ କଏଦୀ ଗର୍ଭବତୀ ରହିଥିବା ସୂଚନା ମିଳିବାରୁ ଅତିରିକ୍ତ ଜେଲ୍‌ ଡିଆଇଜି କାରାଗାରକୁ ଆସି ତଥ୍ୟ ସଂଗ୍ରହ କରିଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ବିଚାରାଧୀନ କଏଦୀ ଜଣକ ଜେଲ୍‌ ଆସିବା ପୂର୍ବରୁ ହିଁ ଗର୍ଭବତୀ ଥିଲେ। ତେବେ କଏଦୀ ବିଧବା ହୋଇଥିଲେ ସୁଦ୍ଧା ଗର୍ଭବତୀ ହେବା ଅନେକ ପ୍ରଶ୍ନ ଉଠାଇଛି।

ଏନେଇ କୋରାପୁଟ ଏସ୍‌ଡିପିଓ ଶ୍ରାବଣୀ ନାୟକଙ୍କୁ ଯୋଗାଯୋଗ କରିବାରୁ ଜଣେ ବିଚାରାଧୀନ କଏଦୀ ଗର୍ଭବତୀ ରହିଥିବା ଗଣମାଧ୍ୟମରୁ ଶୁଣିବାକୁ ପାଇଛୁ। କୋର୍ଟ ଚାଲାଣ ପୂର୍ବରୁ ତାଙ୍କର ସାଧାରଣ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। କିନ୍ତୁ ସେହି ସମୟରେ ଗର୍ଭବତୀ ରହିଥିବା ନେଇ କୌଣସି ସୂଚନା ଆମର ହସ୍ତଗତ ହୋଇନଥିଲା। କଏଦୀ ଜଣକ ବିଧବା ହୋଇଥିବାରୁ କେମିତି ଗର୍ଭବତୀ ହେଲେ ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe