ସ୍ୱାମୀଙ୍କ ମୃତ୍ୟୁକୁ ୭ବର୍ଷ ବିତିଲା, ଭତ୍ତାରୁ ବଞ୍ଚିତ ସୁରୁଚି

Advertisment

ସରକାରୀ ଯୋଜନାରେ ଅସହାୟ ଲୋକଙ୍କୁ ଯଦି ସାମିଲ କରା ନଯିବ, ତା’ହେଲେ ଏହା କାହା ପାଇଁ? ସରକାର ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଓ ବିଧବା ଭତ୍ତା ଯୋଜନା କରିଛନ୍ତି। ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ଲାଭ ମିଳିପାରୁ ନଥିବା ଅଭିଯୋଗ ହେଉଛି।

Updated On

ସରକାରୀ ଯୋଜନାରେ ଅସହାୟ ଲୋକଙ୍କୁ ଯଦି ସାମିଲ କରା ନଯିବ, ତା’ହେଲେ ଏହା କାହା ପାଇଁ? ସରକାର ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଓ ବିଧବା ଭତ୍ତା ଯୋଜନା କରିଛନ୍ତି। ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ଲାଭ ମିଳିପାରୁ ନଥିବା ଅଭିଯୋଗ ହେଉଛି।

ଅଦ୍ୟତନ ହୋଇଛି
Pension

Photo: Sameer Padhi

ଘୁ.ଉଦୟଗିରି: ସରକାର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳାମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳାମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି। ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଆଜିବି କନ୍ଧମାଳ ଜିଲ୍ଲାର ବହୁ ଗରିବ ଅସହାୟ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଥିବା ଦେଖୁବାକୁ ମିଳିଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ସଲାଗୁଡ଼ା ପଦାସାହିରେ।

ପଦାସାହିର  ସୁରୁଚି ବେହେରା ବୟସ ୫୬ ବର୍ଷ। ଆଜକୁ ପ୍ରାୟ ସାତ ବର୍ଷ ତଳେ ସୁରୁଚି ବେହେରାଙ୍କ ସ୍ୱାମୀ ନୀଳ ବେହେରା ଗୋଟିଏ ସନ୍ତାନଙ୍କୁ ସୁରୁଚି ବେହେରାଙ୍କ ଦାୟିତ୍ୱରେ ଛାଡ଼ି ଆରପାରିକୁ ଚାଲିଗଲା। ସ୍ୱାମୀଙ୍କ ମୃତ୍ୟୁ ପରେ ସୁରୁଚି ବେହେରାଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା। ସେ ନିଜେ କେମିତି ବଞ୍ଚିବେ ଓ ଚାରି ଜଣଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେ। ସରକାର ବିଧବାମାନଙ୍କୁ ବିଧବା ଭତ୍ତା ଦେଉଥିବା ଜାଣି ସାତ ବର୍ଷ ହେଲାଣି ବ୍ଲକ ଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେନାହିଁ। ଏପରି କି ପରିବାରର ୫ଜଣ ସଦସ୍ୟ ଅଛନ୍ତି। ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ପାଞ୍ଚ ଜଣଙ୍କ ଜଣଙ୍କ ସହିତ ସାରଙ୍ଗଡ଼ ପଞ୍ଚାୟତ ଅଧୀନରେ ଥିବା ପଦାସାହି ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି।

ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି। ଏ ବିଷୟରେ ପଞ୍ଚାୟତ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ସୁରୁଚି ବେହେରାଙ୍କୁ ବିଧବା ଭତ୍ତା ପାଇଁ ଅନ୍‌ଲାଇନରେ ଆବେଦନ କରାଯାଇଛି ବୋଲି ଉତ୍ତର ଦେଇଛନ୍ତି। ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା  ପ୍ରଶାସନ କେବେ ସୁରୁଚି ବେହେରାଙ୍କୁ  ଭତ୍ତା ଯୋଗାଇ ଦେବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe