ସଧବା ବିଧବା ଭତ୍ତା ପାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ପରେ ତନାଘନା

Advertisment
ମୁଣ୍ଡପିଛା ଆୟ ୧,୧୧,୮୦୭ ଟଙ୍କାକୁ ବୃଦ୍ଧି ପାଇବ, ଜିଡିପି ଅଭିବୃଦ୍ଧି ୭% ରହିବ

Jakarta Globe

ରାଜନଗର/ଆଳି : ସ୍ବାମୀ ଜୀବିତ ଅଛନ୍ତି, କିନ୍ତୁ ସରକାରୀ ଖାତାରେ ଏମାନେ ବିଧବା। ସଧବାମାନେ ପାଉଛନ୍ତି ବିଧବା ଭତ୍ତା। ଜଣେ କି ଦୁଇଜଣ ନୁହନ୍ତି, ଗୋଟିଏ ପଞ୍ଚାୟତର ୧୭ଜଣ ସଧବାଙ୍କୁ ବିଧବା ଦର୍ଶାଇ ପ୍ରତିମାସରେ ‘ଇନ୍ଦିରା ଗାନ୍ଧି ଜାତୀୟ ବିଧବା ପେନସନ୍‌ ଯୋଜନା’ରେ ଭତ୍ତା ଯୋଗାଇ ଦିଆଯାଉଛି। ଏହି ତାଲିକାରେ ସରପଞ୍ଚଙ୍କ ଶାଶୂ ଓ ଖୁଡ଼ିଶାଶୂ ବି ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତରୁ ଏଭଳି କେଳେଙ୍କାରିର ତଥ୍ୟ ସଂପର୍କିତ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଲୋଡନ ସୃଷ୍ଟି ହୋଇଛି। କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଂଜନ ବେହେରା ଆଳି ବିଡିଓଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe