ବିଧବା ମହିଳାଙ୍କୁ ମଦ ପିଆଇ ଗଣଦୁଷ୍କର୍ମ

Advertisment
ବର୍ଷକରେ ଦୁଷ୍କର୍ମ ମାମଲା ୧୧% ବୃଦ୍ଧି

Kashmir Reader

ଦଶପଲ୍ଲା : ଦଶପଲ୍ଲା ଥାନା ଅଧୀନସ୍ଥ ସରିଗଣ୍ତା ପଞ୍ଚାୟତର ଡିମିରିକୁଟି ଗ୍ରାମ ନିକଟରେ ଜଣେ ଆଦିବାସୀ ବିଧବା ମହିଳାଙ୍କୁ ମଦ ପିଆଇ ଗଣଦୁର୍ଷ୍କମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଦୁର୍ଷ୍କମ ପରେ ମହିଳା ଜଣକ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଦଶପଲ୍ଲା ଓ ପରେ ନୟାଗଡ଼ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ସେ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି। ଏହି ଘଟଣା ନେଇ ତଦନ୍ତ ଚାଲିଥିବା ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରଙ୍ଗମାଟିଆ ନିକଟସ୍ଥ ବାରଡାହାଣି ଅଞ୍ଚଳର ଦୁଇ ଜଣ ମହିଳା ୨ ଦିନ ତଳେ ଡିମିରିକୁଟି ଆସିଥିଲେ। ସେଠାରେ ଏକ ଘର ମଧ୍ୟରେ ଉଭୟ ମଦ୍ୟପାନ କରିବା ପରେ ଅନ୍ୟ ଜଣେ ମହିଳା ଘରୁ ବାହାରକୁ ପଳାଇ ଆସିଥିଲେ। ଏହାପରେ ଦୁଇ ଜଣ ବ୍ୟକ୍ତି ଘର ମଧ୍ୟକୁ ଯାଇ ସଂପୃକ୍ତ ମହିଳାଙ୍କୁ ଦୁର୍ଷ୍କମ କରିଥିଲେ। ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମରାଯାଇଥିଲା। ଘରକୁ ଅଣାଯିବା ପରେ ତାଙ୍କ ଦେହ ଖରାପ ହେବାରୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଅବସ୍ଥା ଭଲ ନଥିବା ହେତୁ ନୟାଗଡ଼ ସ୍ଥାନାନ୍ତର ହୋଇଥିଲେ। ମାତ୍ର ଏବେ ସେ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି। ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ କାହାରିକୁ ଗିରଫ କରାଯାଇନଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe