ଚମ୍ପୁଆ : ସ୍ୱାମୀକୁ ପଥରରେ ଛେଚି ହତ୍ୟା, ସ୍ତ୍ରୀ ଗିରଫ

Advertisment
ଚୋରା କଳା ମୁଗୁନି ପଥର ବୋଝେଇ ୪ ଟ୍ରକ ଜବତ, ୫ ଗିରଫ

news18.com

ଚମ୍ପୁଆ : ଘରୋଇ କହଳକୁ କେନ୍ଦ୍ରକରି ଶୋଇଥିବା ସ୍ବାମୀଙ୍କୁ ସ୍ତ୍ରୀ ପଥରରେ ଛେଚି ଅତି ନୃଶଂସ ଭାବରେ ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସିର ଧଳାଡିହ ଗାଁରେ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଧଳାଡ଼ିହିରେ ରହୁଥିବା ବିଶାଲ ମୁଣ୍ଡା ଓ ତାଙ୍କ ପତ୍ନୀ ଚାନ୍ଦ ମୁଣ୍ଡାଙ୍କ ମଧ୍ୟରେ ଗତକାଲି ରାତିରେ କୌଣସି କାରଣରୁ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ପରେ ବିଶାଲ ଘରେ ଶୋଇଥିଲେ। ସ୍ତ୍ରୀ ଚାନ୍ଦଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ସ୍ବାମୀ ଶୋଇଥିବା ବେଳେ ଚାନ୍ଦ ଏକ ପଥର ଆଣି ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବିଶାଲଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ବିଶାଲଙ୍କ ସାନ ଭାଇ ଏ ସମ୍ପର୍କରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଚମ୍ପୁଆ ଥାନା ଅଧିକାରୀ ମନୋରଂଜନ ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ବିଶାଲଙ୍କ ସାନ ଭାଇ ଟୁନୁ ମୁଣ୍ଡାଙ୍କ ଅଭିଯୋଗ ଆଧାରରେ ୯୭/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ମୃତ ବିଶାଲଙ୍କ ସ୍ତ୍ରୀ ଚାନ୍ଦ ମୁଣ୍ଡାକୁ ପୁଲିସ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe