ଘରୋଇ କଳିରୁ ପତ୍ନୀର ଉନ୍ମତ୍ତ କାଣ୍ଡ, ପତି ଉପରେ ଗରମ ତେଲ ଢାଳି ହତ୍ୟା ଉଦ୍ୟମ

Advertisment
ଘରୋଇ କଳିରୁ ପତ୍ନୀର ଉନ୍ମତ୍ତ କାଣ୍ଡ, ପତି ଉପରେ ଗରମ ତେଲ ଢାଳି ହତ୍ୟା ଉଦ୍ୟମ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧେଶ୍ବର ପଞ୍ଚାୟତ ଗଣିଆନାଳ ଛକରେ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଳିରୁ ସଞ୍ଜୟ କୁମାର ସାହୁଙ୍କ ଦେହରେ ଗରମ ତେଲ ଢାଳି ତାଙ୍କ ପତ୍ନୀ ଲକ୍ଷ୍ମୀ ହତ୍ୟା ଉଦ୍ୟମ କରିଛନ୍ତି। ସଞ୍ଜୟଙ୍କୁ  ସଂକଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ ଗତ ମଙ୍ଗଳବାର ଭୋର୍ ପ୍ରାୟ ୩ଟାରେ କୌଣସି କଥାକୁ ନେଇ ସଞ୍ଜୟ ଓ ଲକ୍ଷ୍ମୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏପରିକି କଥା ମାରପିଟ୍ ପର୍ଯ୍ୟନ୍ତ ଯାଇଥିଲା। ତେବେ ଲକ୍ଷ୍ମୀ ହଠାତ୍ ଉତ୍‌କ୍ଷିପ୍ତ ହୋଇ ଚୁଲିରେ ବସିଥିବା କଡ଼େଇକୁ ଧରି ତେଲ ସଞ୍ଜୟଙ୍କ ଦେହ ଉପରେ ଢାଳିଦେଇଥିଲେ। ସଞ୍ଜୟଙ୍କୁ ପଡ଼ୋଶୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟଙ୍କ ମାଆ ସରସ୍ଵତୀ ସାହୁ ଆଜି ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୨୦୨ ଅନୁସାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe