ସ୍ତ୍ରୀକୁ କାଠଫାଳିଆରେ ପିଟି ହତ୍ୟା,ସ୍ବାମୀ ଗିରଫ

Advertisment
ବାହାରୁ ତାଲା ପକାଇ ନିଆଁ ଲଗାଇବା ଘଟଣା: ସ୍ୱାମୀ, ପ୍ରେମିକା ଓ କାକା ପୁଅ ଭାଇ ଗିରଫ

newsfirst.lk

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ ଜମୁଳେଇବେଡ଼ା ଗ୍ରାମରେ ସ୍ତ୍ରୀକୁ କାଠଫାଳିଆରେ ପିଟି ହତ୍ୟା କରିଛି ସ୍ବାମୀ। ଏହି ଘଟଣାରେ ଘଟଗାଁ ପୁଲିସ ଅଭିଯୁକ୍ତ ସ୍ବାମୀ କପିଳ ମୁଣ୍ଡା (୩୫)କୁ ଗିରଫ କରି କୋର୍ଟଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ କପିଳ ଘରେ ଶୋଇଥିଲେ। ପତ୍ନୀ କନକ ମୁଣ୍ଡା (୨୬) ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ଏତେ ସମୟ ଧରି କୁଆଡ଼େ ଯାଇଥିଲୁ କପିଳ ପତ୍ନୀ କନକକୁ ପଚାରି ଥିଲେ। ଏହାକୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କପିଳ ଏକ କାଠଫାଳିଆରେ କନକକୁ ଆକ୍ରମଣ କରିଥିଲେ। ମୁଣ୍ଡକୁ ଶକ୍ତ ପ୍ରହାର ଦେବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ଏବଂ ଅବସ୍ଥା ସଂକଟାପନ୍ନ ଥିବାରୁ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଘଟଗାଁ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ କପିଳକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe