ଠକ ସ୍ବାମୀଙ୍କୁ ଧରିଲେ ସ୍ତ୍ରୀ: ଏୟାରଫିଲ୍ଡ ଥାନାକୁ ଆଣିଲା ପୁଲିସ

Advertisment
ଠକ ସ୍ବାମୀଙ୍କୁ ଧରିଲେ ସ୍ତ୍ରୀ: ଏୟାରଫିଲ୍ଡ ଥାନାକୁ ଆଣିଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଠକ ରମେଶ ସ୍ବାଇଁ। ସେ ମିଛକହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି। ଅନ୍ୟ ମହିଳାଙ୍କ ସହ ରହୁଥିବା ବେଳେ ସ୍ତ୍ରୀ ଠକ ସ୍ବାମୀଙ୍କୁ ଧରିଛନ୍ତି। ଅଭିଯୁକ୍ତ ହେଲେ ରମ୍ଭା ଅଞ୍ଚଳର ସମୀର ବେଜ।
ସମୀର ଭାରତ ମାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି। ନିଜକୁ ସଫ୍ଟୱେର ଇଞ୍ଜିନିୟର କହି ସେ ବିବାହ କରିଥିଲେ ଓ ବିବାହ ପରେ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ସହ ଟଙ୍କା ଓ ସୁନାଗହଣା ହଡ଼ପ କରିଥିଲେ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି।
ଖାଲି ସେତିକି ନୁହେଁ ବିଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଉଥିଲେ ସମୀର ବେଜ। ସେଠାରେ ଦୁଇଜଣଙ୍କୁ ବିବାହ କରିଛନ୍ତି। ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସେ ସହ ରହୁଥିଲେ ବୋଲି ଅଭିଯୋଗ ହୋଇଛି।
ଗତକାଲି ରାତିରେ ଖବର ପାଇ ଓଲଟାଉନ୍ ଅଞ୍ଚଳରେ ପହଞ୍ଚିଥିଲେ ସ୍ତ୍ରୀ। ତେବେ ଅଭିଯୁକ୍ତ ସମୀର ସ୍ତ୍ରୀଙ୍କୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲେ।ପିସିଆର ପହଞ୍ଚି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ଆଣିଛି।
ସୂଚନାଯୋଗ୍ୟ, ପୂର୍ବରୁ ପତ୍ନୀ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ସମୀର ଫେରାର ହୋଇଯାଇଥିବା କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଯୁବତୀଙ୍କ ଭାଇ ଦୁଷ୍ମନ୍ତ ବେଜ ରମ୍ଭା ଥାନାରେ ଏନେଇ ଅଭିଯୋଗ କରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe