photo--news first
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧନୁପାଲିର କବିତା ସାହୁ(୧୮) କିସିଣ୍ଡା ଥାନା ପିତାବଲି ଗ୍ରାମସ୍ଥିତ ମା’ ଘରକୁ ବୁଲିବାକୁ ଆସି ରବିବାର ସକାଳ ୮ଟାରେ ସ୍ବାମୀଙ୍କ ସହ (ଓଡି ୧୫ ଏଫ୍୮୬୧୧) ମଟର ସାଇକେଲ ଯୋଗେ ଫେରୁଥିଲେ। ପ୍ରାୟ ସାଢ଼େ ୮ଟା ବେଳେ ସିଆର୍ପିଏଫ କ୍ୟାମ୍ପ୍ ନିକଟରେ ଏକ ଅଜଣା ଗାଡ଼ି ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବୁର୍ଲାରେ ଡାକ୍ତର କବିତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୁର୍ଲା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
Follow Us