ସ୍ୱାମୀ ମଦ ପିଇବାରୁ ଜୀବନ ହାରିଲେ ସ୍ତ୍ରୀ

ବାଲେଶ୍ବର ଜିଲ୍ଲାର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି। ବାରମ୍ବାର ତାଗିଦ୍ ପରେ ସ୍ବାମୀ ମଦ ପିଇବା ନ ଛାଡିବାରୁ ସ୍ତ୍ରୀ ନିଜ ଜୀବନ ହାରିଛନ୍ତି। ପ୍ରଥମେ ବିଷ ପିଇ ପରେ ଘର ଗଡାଣରେ ବେକରେ ରଶି ଦେଇ ଝୁଲିପଡିଥିଲେ...

Wife died due to husband drinking alcohol

Wife died due to husband drinking alcohol Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲାର ସୋରରେ ଏକ ଅଭାବନୀୟ ଘଟଣା ଘଟିଛି। ବାରମ୍ବାର ତାଗିଦ୍ ପରେ ସ୍ବାମୀ ମଦ ପିଇବା ନ ଛାଡିବାରୁ ସ୍ତ୍ରୀ ନିଜ ଜୀବନ ହାରିଛନ୍ତି।

ସୂଚନା ଅନୁସାରେ କପ୍ତିପଦା ଥାନା ଅଞ୍ଚଳର ସଞ୍ଜୁଲତା ନାୟକ ଓ ତାଙ୍କ ସ୍ୱାମୀ ଅନାଦି ନାୟକ ଦୀର୍ଘ ଦିନ ଧରି ସୋରର ଉତ୍ତରେଶ୍ୱରରେ ରହୁଥିଲେ। ତାଙ୍କ ସ୍ବାମୀ ମଦ୍ୟପାନ କରି ଅନେକ ସମୟରେ ତାଙ୍କୁ ନିର୍ଯାତନା ଦେଉଥିଲେ।

ଗତକାଲି ଅନାଦି ମଦ୍ୟପାନ କରି ଘରକୁ ଆସିବା ପରେ ସଞ୍ଜୁଲତା ତାଙ୍କୁ ବାରଣ କରିବା ସହିତ ଆଉ କେବେ ମଦ ପିଇଲେ ଜୀବନ ହାରିଦେବି ବୋଲି ଧମକ ଦେଇ କହିଥିଲେ।

ଆଜି ସକାଳେ ଅନାଦି ମଦ ପିଇବାକୁ ଯାଇଥିବା ବେଳେ ସଞ୍ଜୁଲତା ପ୍ରଥମେ ବିଷ ପିଇ ପରେ ଘର ଗଡାଣରେ ବେକରେ ରଶି ଦେଇ ଝୁଲିପଡିଥିଲେ।

ଅଧିକ ପଢ଼ନ୍ତୁ: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ

ଅନାଦି ଫେରିବା ପରେ ସଞ୍ଜୁଲତା କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ କବାଟ ଭାଙ୍ଗି ସଞ୍ଜୁଲତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସୋର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତର ଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଆଖି ବୁଜିଲେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ: ୮୫ ବର୍ଷ ବୟସରେ ଦେହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe