ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ବାଟରେ ଜଗିଥିଲା ଯମ, ଚାଲିଗଲା ସ୍ତ୍ରୀଙ୍କ ଜୀବନ

Advertisment
ପୁଅକୁ ସ୍କୁଲରେ ଛାଡ଼ିବାକୁ ଯାଉଥିଲେ ଦମ୍ପତି: ବାଟରେ ଜଗିଥିଲା ଯମ, ଚାଲିଗଲା ସ୍ତ୍ରୀଙ୍କ ଜୀବନ

କୁଜଙ୍ଗ: କଟକ-ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବାଇକକୁ କାର୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତା ହେଲେ ଝିଲି ମାଝି। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି। ଉଭୟଙ୍କୁ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନ‌ା ଅନୁଯାୟୀ, ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଜନାପାଳ ଗାଁର ଇନ୍ଦିରା କଲୋନିରେ ରହୁଥିବା ସୁମନ୍ତ ବେହେରା(୪୦) ଓ ତାଙ୍କ ପତ୍ନୀ ଝିଲି ମାଝି ପୁଅ ସୁପ୍ରଭାତ(୫)ଙ୍କୁ ସ୍କୁଲରେ ଛାଡ଼ିବା ଲାଗି ବାଇକରେ ଯାଉଥିଲେ। ପଙ୍କପାଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଏକ କାର୍(ଓଡି୦୫-ଏବି ୫୧୯୨) ସୁମନ୍ତ ବେହେରାଙ୍କ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ପତ୍ନୀ ଝିଲି ମାଝି(୨୮)ଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ୱାମୀ ଓ ପୁଅ ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ କାର୍ ଚାଳକ ଦୁର୍ଘଟଣା ଘଟାଇବା ପରେ ଚମ୍ପଟ ମାରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଏଣେ କଟକ-ପାରାଦୀପ ରାସ୍ତାର ପଙ୍କପାଳ ଛକ ନିକଟରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe