ବଡ଼ବଡ଼ୁଆ ଡାକିବାକୁ ଆସିଥିଲେ ଦମ୍ପତି: ଚଢ଼ିଗଲା କାର୍, ଚାଲିଗଲା ସ୍ତ୍ରୀଙ୍କ ଜୀବନ

Advertisment

ସ୍ବାମୀ ଗୁରୁତର

ସ୍ବାମୀ ଗୁରୁତର

ବଡ଼ବଡ଼ୁଆ ଡାକିବାକୁ ଆସିଥିଲେ ଦମ୍ପତି: ଚଢ଼ିଗଲା କାର୍, ଚାଲିଗଲା ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ବର: ରାଜଧାନୀର ଲିଙ୍ଗରାଜ ସମ୍ମୁଖ ଉତ୍ତର ଦ୍ୱାର ନିକଟରେ ଅଘଟଣ। ଗତକାଲି ବଡ଼ବଡ଼ୁଆ ଡାକିବାକୁ ଆସିଥିବା ଦମ୍ପତିଙ୍କ ଉପରେ କାର ଚଢ଼ିଯିବାରୁ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତ ମହିଳା ହେଲେ ହେଲେ ସୁଲୋଚନା ମହାନ୍ତି(୫୩)। କୁକୁଡ଼ାଖଣ୍ଡି ବ୍ଲକ ବାଳକୃଷ୍ଣପୁର ପ୍ରାଇମେରି ସ୍କୁଲ ଶିକ୍ଷକ ଥିଲେ। ସେ ବ୍ରହ୍ମପୁର ତୁଳସୀ ନଗର ତୃତୀୟ ଲାଇନ୍ ରେ ରହନ୍ତି। ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା। ସେ ଚୁଡଙ୍ଗପୁର ହାଇସ୍କୁଲ୍ ରେ ଶିକ୍ଷକ ଅଛନ୍ତି।
ଦମ୍ପତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ବଡ଼ବଡ଼ୁଆ ଡାକିବାକୁ ଲିଙ୍ଗରାଜ ମନ୍ଦିରକୁ ଆସିଥିଲେ। ଆଜି ଦୁହେଁ ପୁରୀ ଯାଇଥାନ୍ତେ। ହେଲେ ଏହା ପୂର୍ବରୁ ସ୍ତ୍ରୀଙ୍କୁ ଡାକିନେଇଗଲା କାଳ। ସେପଟେ ଗୁରୁତର ସ୍ୱାମୀ ଜୁରିନାଥ ବେବର୍ତ୍ତା ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଗାଡ଼ିଚାଳକ ଜଣଙ୍କ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲେ। ଅବଶ୍ୟ ଗାଡ଼ି ଚାଳକଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଗୌତମ ମିଶ୍ର ବୋଲି ଜଣାପଡ଼ିଛି।

ଜୁରିନାଥ ବେବର୍ତ୍ତାଙ୍କ କହିବା ଅନୁଯାୟୀ, ସେମାନେ ପୟା ଶ୍ରଦ୍ଧା କରିବା ପାଇଁ ଆସିଥିଲେ ଲିଙ୍ଗରାଜ କ୍ଷେତ୍ରକୁ। ଉତ୍ତର ଦ୍ଵାର ପାଖରେ କାଉଁରିଆ କାଠି, ଦୀପ, ଧୂପ ଓ ପୂଜା ସାମଗ୍ରୀ କିଣୁଥିଲେ। କିନ୍ତୁ ହଠାତ ପଛପଟୁ ଏକ କଳା ରଙ୍ଗର ହୋଣ୍ଡାଇ ଆଇଟେନ୍ ମାଡ଼ି ଆସିଲା। ଏହାଫଳରେ ସୁଲୋଚନା ମହାନ୍ତିଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିଲା। ସେମାନେ ମୋଟ ୮ ଜଣ ସାଙ୍ଗ ହୋଇ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe