ଲଜ୍ ଭିତରୁ ମିଳିଲା ମହିଳାଙ୍କ ମୃତଦେହ: ସ୍ବାମୀ ଫେରାର

Advertisment
ଲଜ୍ ଭିତରୁ ମିଳିଲା ମହିଳାଙ୍କ ମୃତଦେହ: ସ୍ବାମୀ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ବ୍ରହ୍ମପୁର ଲଜ ଏବଂ ଡର୍ମିଟାରୀ ଭିତରୁ ଜଣେ କେରଳୀ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ ନାଁ ଅବଦୁଲ ପରିପାଲିପ ବୋଲି ଲଜର ରେଜିଷ୍ଟରରୁ ଜଣାପଡ଼ିଛି। ତାଙ୍କ ବୟସ ୪୦ ରୁ ୪୫ ହେବ ବୋଲି ଅନୁମାନ କରାଯାଉଛ । ମହିଳା ଜଣଙ୍କ ନିଜ ସ୍ବାମୀ ସମସନ ଏସଙ୍କ ସହ କିଛି ଦିନ ତଳେ ବ୍ରହ୍ମପୁର ଆସିଥିଲେ। ଉଭୟ ଗତ ୧୯ତାରିଖରେ ଏହି ଲଜରେ ରହୁଥିଲେ। ସେମାନେ ବ୍ରହ୍ମପୁରକୁ ମେଡିକାଲ କାମରେ ଆସିଥିବା ଲଜ କର୍ମଚାରୀଙ୍କୁ କହିଥିଲେ।

ଦୁଇ ଦିନପୂର୍ବେ ଉଭୟ ସ୍ବାମୀ-ସ୍ତ୍ରୀ ଲଜ ଭିତରେ ଥିଲେ। ହେଲେ ଆଜି ସକାଳୁ ଲଜ କର୍ମଚାରୀ ସଫେଇ କରିବାକୁ ଯାଇଥିଲେ। କବାଟ ବାଡ଼େଇବା ପରେ ମଧ୍ୟ କେହି ଶୁଣିନଥିଲେ। ଏ ନେଇ ଲଜ ପକ୍ଷରୁ ବୈଦ୍ୟନାଥପୁର ଥାନାକୁ ଖବର ଦିଆଯାଇଥିଲା। ସନ୍ଧ୍ୟାରେ ଥାନା ଅଧିକାରୀ ଲଜକୁ ଯାଇ ଉକ୍ତ ରୁମର କବାଟ ଖୋଲି ଭିତରକୁ ପଶିବା ପରେ ମହିଳାଙ୍କ ମୃତଦେହ ଶଯ୍ୟା ଉପରେ ପଡ଼ିଥିବା ଦେଖିଥିଲେ। ମହିଳା ଜଣଙ୍କ ୨ ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି।

ତେବେ ଘଟଣାସ୍ଥଳରେ ମୃତ ମହିଳାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମହିଳାଙ୍କ କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡ଼ିନାହିଁ । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe