ସ୍ୱାମୀଙ୍କ ଆଖି ଆଗରେ ଭାସିଗଲେ ପତ୍ନୀ

Advertisment

ବୈତରଣୀରେ ବୁଡ଼ିଗଲେ ଜେସିବି ଚାଳକ

ବୈତରଣୀରେ ବୁଡ଼ିଗଲେ ଜେସିବି ଚାଳକ

ସାବାସ୍‌ ଶୁଭଶ୍ରୀ! ୫ ବର୍ଷର ଝିଅକୁ ପାଣିରୁ ଟାଣିଆଣିଲା

Odisha Bytes

ଖୁଣ୍ଟା/କୁଆମରା/କରଞ୍ଜିଆ ଗୋଲେଇ : ସ୍ବାମୀଙ୍କ ଆଖି ଆଗରେ ବନ୍ୟାଜଳରେ ଭାସିଗଲେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ହରିପୁର ଗ୍ରାମର ସାବିତ୍ରୀ ବିଶ୍ବାଳ (୫୫)। ଗୁରୁବାର ସକାଳେ ସ୍ବାମୀ ରମେଶଙ୍କ ସହ ନଈ ପାଖ ନିଜ ଜମି ଆଡ଼େ ଯାଇଥିଲେ ସାବିତ୍ରୀ। ତେବେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ କୂଳ ଲଂଘିଥିବା ନଦୀ ବନ୍ୟାଜଳରେ ସେ ଭାସି ଯାଇଥିଲେ। ଆଖି ସାମ୍‌ନାରେ ସ୍ତ୍ରୀ ଭାସି ଯାଉଥିବା ଦେଖି ଚିତ୍କାର କରିଥିଲେ ରମେଶ। ଆଖପାଖ ଲୋକେ ପହଞ୍ଚି ସାବିତ୍ରୀଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଖର ସ୍ରୋତ ଆଗରେ ସମସ୍ତେ ଅସହାୟ ପାଲଟିଥିଲେ। ଖୁଣ୍ଟା ଅଗ୍ନିଶମ ବିଭାଗ କର୍ମଚାରୀ ସନ୍ଧ୍ୟା ଯାଏ ଖୋଜାଖୋଜି କରିଥିଲେ ବି ସାବିତ୍ରୀଙ୍କର ପତ୍ତା ମିଳିପାରିନାହିଁ। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି।

ଅନୁରୂପ ଭାବେ ବୈତରଣୀ ନଦୀରେ ଜଣେ ଜେସିବି ଚାଳକ ଭାସି ଯାଇଛନ୍ତି। ଗୁରୁବାର ଦିନ ୧୦ଟା ବେଳେ ଶୁକୃଳି ବ୍ଲକ ଆଦିପୁର ଦୋମୁଁହାଣି ଘାଟ‌‌‌‌ରେ ନିର୍ମାଣାଧୀନ ବିଜୁ ସେତୁରେ ନିୟୋଜିତ ଥିବା ଜେସିବି ଗାଡ଼ି ଚାଳକ ବନବୀର ସିଂ ଗାଧୋଉ ଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯିବାରୁ ସେ ପ୍ରଖର ସ୍ରୋତରେ ଭାସିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe