ସ୍ବାମୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ଜୀବନ ହାରିଲେ ପତ୍ନୀ

Advertisment
ସ୍ବାମୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ଜୀବନ ହାରିଲେ ପତ୍ନୀ

ରାୟଗଡ଼ା: ସ୍ବାମୀର ପରକୀୟା ପ୍ରୀତିରେ ଅତିଷ୍ଠ ହୋଇ ପତ୍ନୀ ଜୀବନ ହାରିଛନ୍ତି। ଏନେଇ ପରିବାର ଲୋକେ ସ୍ବାମୀ ବିରୋଧରେ ଥାନାରେ ଏତଲା ଦାୟର କରିଛନ୍ତି। ସ୍ବାମୀ ଈଶ୍ୱର ରାଓ ଓ ତାଂକ ପତ୍ନୀ ବି.ସାରଦା ନିଜର ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ନେଇ ରାୟଗଡାସ୍ଥିତ କସ୍ତୁରୀନଗର ପ୍ରଥମ ଗଳିରେ ଏକ ଭଡା ଘରେ ରହୁଥିଲେ। ଆଜି ସକାଳେ ପୁଅ ଓ ଝିଅ ସ୍କୁଲ ଗଲା ପରେ ଘର ଭିତର ପଟୁ କବାଟ ଦେଇ ସାରଦା ଫ୍ୟାନରେ ନିଜ ଶାଢ଼ିକୁ ବେକରେ ଲଗାଇ ଝୁଲିପଡ଼ିଥିଲେ। ପିଲାମାନେ ସ୍କୁଲରୁ ଆସିବା ପରେ କବାଟ ବନ୍ଦ ଥିବା ଦେଖି ମାମୁକୁ ଡାକିଥିଲେ। ମାମୁ ଝରକା ପଟରୁ ଦେଖିବା ପରେ ନିଜ ଭଉଣୀ ସାରଦା ଆତ୍ମହତ୍ୟା କରିଥିବା ଜାଣିପାରିଲେ। ତୁରନ୍ତ ଏହି ଅଘଟଣ ସମ୍ପର୍କରେ ପୁଲିସକୁ ଜଣାଇବା ପରେ ପୁଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି।

ବୁଧବାର ଦିନ ସେ ତାଙ୍କ ସ୍ୱାମୀଙ୍କ ସହିତ ବିଶାଖାପାଟଣା ଯାଇଥିଲେ ଏବଂ ରାତିରେ ଅର୍ଥାତ ଭୋର ୩ଟା ସମୟରେ ଏକୁଟିଆ ରାୟଗଡା ଫେରି ଆସିଥିଲେ। ବି.ସାରଦାଙ୍କ ଭାଇଙ୍କ କହିବା ମୁତାବକ ଈଶ୍ୱର ରାଓଙ୍କର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା ଏବଂ ଦୁହେଁ ବିଶାଖାପାଟଣାରେ ରହୁଥିଲେ।ଏହି ସମ୍ପର୍କକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧରେ ସର୍ବଦା ଗଣ୍ଡଗୋଳ ଲାଗି ରହୁଥିଲା। ସ୍ବାମୀର ପରକୀୟା ପ୍ରୀତିରେ ସାରଦା ଅତିଷ୍ଠ ହୋଇ ଶେଷରେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ଏନେଇ ତାଙ୍କ ଭିଣୋଇଙ୍କ ନାମରେ ଥାନାରେ ଏତେଲା ଦେଇଛନ୍ତି ସାରଦାଙ୍କ ଘର ଲୋକେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe