Advertisment

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Advertisment
ପୁତୁରାର ଟାଙ୍ଗିଆ ଚୋଟରେ କାକାଙ୍କର ମୃତ୍ୟୁ, ଖୁଡ଼ୀ ଗୁରୁତର

Catch News

ଦେବଗଡ଼ : ସୋମବାର ସାବିତ୍ରୀ ବ୍ରତ ଅବସରରେ ସ୍ତ୍ରୀମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ପାଳନ କରୁଥିବା ବେଳେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ଏଭଳି ଅଭ‌ାବନୀୟ ଘଟଣା‌ ଘଟିଛି ଦେବଗଡ଼ ଜିଲ୍ଲାବାରକୋଟ ଥାନା କାଦୋପଡ଼ା ଗ୍ରାମରେ। ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ୩ ବର୍ଷର ଝିଅକୁ ନେଇ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ସନ୍ତୋଷ କୁମ୍ଭାରଙ୍କ ଝିଅ ଲକ୍ଷ୍ମୀ କୁମ୍ଭାର (୨୬) ରାଉରକେଲା ଆମ୍ବବାଗାନ ଅଞ୍ଚଳର ରଥୁ କୁମ୍ଭାରଙ୍କ ପୁଅ ମନୋଜଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛି ଦିନ ପରେ ମନୋଜ ନିଜ ଶ୍ବଶୁର ଘର କାଦୋପଡ଼ାରେ ରହି ରାଉରକେଲା ଅଞ୍ଚଳରେ ମିସ୍ତ୍ରି କାର୍ଯ୍ୟ କରୁଥିଲା। ସ୍ତ୍ରୀ ଲକ୍ଷ୍ମୀ ଓ ମନୋଜଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହୁଥିଲା ବେଳେ ରବିବାର ରାତିରେ ମନୋଜ ରାଉରକେଲାରୁ ଫେରିଲା ପରେ ସ୍ତ୍ରୀ ଲକ୍ଷ୍ମୀଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇଥିଲା। ବଚସା ବଢ଼ିବାରୁ ଏକ ଟାଙ୍ଗିଆରେ ଲକ୍ଷ୍ମୀଙ୍କ ବେକ, ମୁଣ୍ଡ, ଗାଲରେ ବାରଂବାର ଚୋଟ ପକାଇଥିଲା। ଲକ୍ଷ୍ମୀଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚିବାରୁ ମନୋଜ ୩ ବର୍ଷର ଝିଅକୁ ନେଇ ଫେରାର ମାରିଥିଲା। ପରେ ଗ୍ରାମବାସୀ ଲକ୍ଷ୍ମୀଙ୍କ ପିତା ସନ୍ତୋଷଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀଙ୍କୁ ପ୍ରଥମେ ବାରକୋଟ ଏବଂ ପରେ ଦେବଗଡ଼ ସଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏ ସଂକ୍ରାନ୍ତରେ ବାରକୋଟ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe