ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

Advertisment
ସ୍ୱାମୀଙ୍କୁ ପିଟିପିଟି ମାରି ସ୍ତ୍ରୀ ଫେରାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ସିରିଆପାଳ ଗାଁରେ ସ୍ୱାମୀଙ୍କୁ ସ୍ତ୍ରୀ ପିଟିପିଟି ମାରିଦେଇଥିବାର ଖବର ମିଳିଛି। ଏହାପରେ ସ୍ତ୍ରୀ ପିଲାମାନଙ୍କୁ ନେଇ ପଳାଇଥିବା ସୂଚନା ରହିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଶରତ ଥାନା ସିରିଆପାଳ ଗାଁର ଲଡୁରା ସିଂହ ବାଳମୁଚା(୪୦)ଙ୍କୁ  ସ୍ତ୍ରୀ ଗୁରୁବାରୀ ସିଂହ ବାଳମୁଚା(୩୫) ଏକ କାଠଫାଳିଆରେ ପିଟିପିଟି ମାରିଦେଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ଏହାପରେ ଗୁରୁବାରୀ ନିଜର ୩ ଛୁଆଙ୍କୁ ନେଇ କୁଆଡ଼େ ପଳାଇଥିଲେ। ଖବର ପାଇ ଶରତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଡୁରା ସିଂହ ବାଳମୁଚାଙ୍କ ମୃତଦେହକୁ  ଜବତ କରିବା ସହ ତଦନ୍ତ ଚଳାଇଛି। ଫେରାର ଅଭିଯୁକ୍ତ ଗୁରୁବାରୀଙ୍କୁ ଧରିବା ଲାଗି ବି ପୁଲିସ ଚେଷ୍ଟା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe