ଟ୍ରକ ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Advertisment
୧୧୦୦ ଆଦିବାସୀଙ୍କ ନାଁରେ ୱାରେଣ୍ଟ : ଗିରଫ ଭୟରେ ଜଙ୍ଗଲରେ ଲୁଚିଛନ୍ତି

Image Courtesy of Times Now

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଶୁଆକଟି ଡଙ୍ଗପାଣି ନିକଟରେ ଆଜି ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଯମୁନାପଶି ଗ୍ରାମର ଭରଦ୍ବାଜ ମହାନ୍ତଙ୍କ ସ୍ତ୍ରୀ ଖଲଣା ମହାନ୍ତ (୨୨)। ଭରଦ୍ବାଜଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ଶ୍ରାବଣ ମାସର ଶେଷ ସୋମବାର ଥିବାରୁ ଦମ୍ପତି ଶୁଆକାଟିସ୍ଥିତ ଶୈବପୀଠକୁ ଯାଇଥିଲେ। ବିଏସ୍ ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଉଭୟ ଛିଟିକି ପଡ଼ିଥିଲେ। ଖଲଣାଙ୍କ ମୁଣ୍ତରେ ଟ୍ରକ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଭରଦ୍ବାଜ ଗୁରୁତର ହୋଇଛନ୍ତି। ଖବର ପାଇ ଶୁଆକାଟି ଫାଣ୍ତି ଅଧିକାରୀ ସରୋଜ କୁମାର ମୁଦୁଲି ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଥିଲେ। ମୃତାହତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe