ନାବାଳକ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ: ଥାନାରେ ଦୁଇ ଅଭିଯୁକ୍ତ ଅଟକ

Advertisment
ନାବାଳକ ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ: ଥାନାରେ ଦୁଇ ଅଭିଯୁକ୍ତ ଅଟକ

ଭଦ୍ରକ: ଭଦ୍ରକରେ ଚାଞ୍ଚଲ୍ୟ। ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣିତିଆ ପଞ୍ଚାୟତ ମହଲା ସାହିରେ ନାବାଳକ ପୁଅ ସହ ମିଶି ସ୍ତ୍ରୀ ସ୍ୱାମୀକୁ ଛୁରି ଭୁସି ହତ୍ୟା କରିଛି। ଘଟଣାରେ ଉଭୟ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖିଛି ପୁଲିସ। ପାରିବାରିକ କଳହରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ସୁରେଶ ଲାଲ ବାଣିତିଆ ପଞ୍ଚାୟତ ମହଲା ସାହିର ସଞ୍ଜୁଲତାଙ୍କୁ ବାହା ହୋଇ ଘରଜ୍ବାଇଁ ଭାବେ ସେଠାରେ ରହୁଥିଲା। ହେଲେ ପତିପତ୍ନୀଙ୍କ ଭିତରେ ଅନେକ ସମୟରେ ଝଗଡ଼ା ହୁଏ। ଗତକାଲି ରାତିରେ କଳହ ତୀବ୍ର ରୂପ ନେଇଥିଲା। ସ୍ତ୍ରୀ ସଞ୍ଜୁଲତା ସ୍ୱାମୀ ସୁରେଶକୁ ଛୁରିରେ ଭୁସି ଦେଇଥିଲା। ଏଥିରେ ତାକୁ ନାବାଳକ ପୁଅ ସହଯୋଗ କରିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସୁରେଶର ମୃତ୍ୟୁ ଘଟିଥିଲା।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ସୁରେଶ ମହଲାଙ୍କ ସ୍ତ୍ରୀ ସଂଜୁଲତା ମହଲା ଓ ନାବାଳକ ପୁଅ ସହ ରହୁଥିଲେ। ଆଜି ଭୋରୁ ଭୋରୁ ସୁରେଶ ଘର ଭିତରୁ ଚିତ୍କାର କରି ବାହାରକୁ ଦୌଡ଼ିଥିଲେ। ପରେ ସେ ରାସ୍ତାରେ ପଡ଼ି ଯାଇଥିଲେ। ଲୋକେ ତାଙ୍କ ଦେହରେ ଦୁଇଟି କ୍ଷତ ଚିହ୍ନ ଦେଖିଥିଲେ। ପରେ ସୁରେଶର ମୃତ୍ୟୁ ହୋଇଯାଇଥିଲା।ଏହି ଘଟଣା ଜଣାଯିବା ପରେ ଗ୍ରାମବାସୀ ଉଭୟ ମା ଓ ପୁଅକୁ ଗଛରେ ବାନ୍ଧି ଦେଇ ପୁଲିସକୁ ଖବର ଦେଇଥିଲେ।

ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏଣେ ପୁଲିସ ସୁରେଶର ଶବ ବ୍ୟବଚ୍ଛେଦ ଲାଗି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାସ୍ଥଳରୁ ଏକ ଶାବଳ ଜବତ ହୋଇଥିବା ବେଳେ ଛୁରି ଖୋଜୁଛି ପୁଲିସ। ଶାବଳରେ ଭୁସି ସ୍ବାମୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe