ଟାଙ୍ଗରପାଲି : ସ୍ବାମୀକୁ ପିଟିପିଟି ହତ୍ୟା କଲା ନିଶାସକ୍ତ ପତ୍ନୀ

Advertisment
ସୁନ୍ଦରଗଡ : ଭାରତ ଗ୍ୟାସ୍‌ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Verywell Mind

ଟାଙ୍ଗରପାଲି : ନାରୀ ଉପରେ ପୁରୁଷର ନିର୍ଯାତନାର ଖବର ପ୍ରତିଦିନ ଶୁଣିବାକୁ ମିଳୁଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାର ଭଷ୍ମା ଥାନା ଅନ୍ତର୍ଗତ କୁର୍ଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପତ୍ନୀ ନିଜ ସ୍ବାମୀକୁ ପିଟିପିଟି ହତ୍ୟା କରିଛି। ମଦନିଶାରେ ନିଜ ସ୍ବାମୀକୁ ଏକ ଲାଠିରେ ପିଟି ପିଟି ହତ୍ୟା କରିବା ପରେ ପତ୍ନୀ ରାତିଅଧରେ ନିଜର ୫ ବର୍ଷର ଝିଅକୁ ଧରି ଫେରାର ହୋଇଯାଇଛି।

କୁର୍ଲା ଗାଁର ପ୍ରଦୀପ ମୁଣ୍ତା (୪୦) ରିଙ୍କି ଓରାମଙ୍କୁ ନିଜର ତୃତୀୟ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ। ସେହିପରି ପ୍ରଦୀପ ବି ଥିଲେ ରିଙ୍କିଙ୍କର ୪ ନମ୍ବର ସ୍ବାମୀ। ମାତ୍ର ୬ ମାସ ତଳେ ପ୍ରଦୀପ ଓ ରିଙ୍କି ହୋଇଥିଲେ ସ୍ବାମୀ ସ୍ତ୍ରୀ। ସେମାନଙ୍କ ସହିତ ପୂର୍ବ ସ୍ବାମୀଙ୍କ ଆଡୁ ଜନ୍ମ ହୋଇଥିବା ରିଙ୍କିଙ୍କର ୫ବର୍ଷର ଝିଅ ମଧ୍ୟ ରହୁଥିଲା। ସ୍ବାମୀ, ସ୍ତ୍ରୀ ଭାବେ ସେମାନେ ଏକାଠି ରହୁଥିଲେ ମଧ୍ୟ ଉଭୟ ପ୍ରଚୁର ମଦ୍ୟପାନ କରି ନିୟମିତ ଝଗଡ଼ା କରୁଥିଲେ। ଗତ ରାତିରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟିହେବା ପରେ ରିଙ୍କି ନିଜର ସ୍ବାମୀଙ୍କୁ ପିଟିପିଟି ହତ୍ୟା କରିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି। ଫେରାର ଥିବା ସ୍ବାମୀ ହନ୍ତା ପତ୍ନୀଙ୍କୁ ଧରିବା ଲାଗି ପୁଲିସ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe