ପାରିବାରିକ କଳହ ନେଲା ଉଗ୍ରରୂପ: କଟୁରୀରେ ହାଣି ପତ୍ନୀକୁ ହତ୍ୟା କଲା ସ୍ବାମୀ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ମାଲକାନଗିରି: ପାରିବାରିକ କଳହ ଉଗ୍ରରୂପ ନେବାରୁ କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ରାକ୍ଷସ ସ୍ୱାମୀ। ଏଭଳି ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ। ଗ୍ରାମର ସାଲବାମ ନାଗା ପାରିବାରିକ କାରଣରୁ ସ୍ତ୍ରୀ ସାଲବାମ ନାଗିଙ୍କୁ ହତ୍ୟା କରିଛି। ସାଲବମ ନାଗା ଓ ସାଲବାମ ନାଗି ଗତ ୬ ବର୍ଷ ତଳେ ବିବାହ କରିଥିଲେ।

ଗତ ତିନି ବର୍ଷ ତଳେ ଏହି ଦମ୍ପତିଙ୍କର ଏକ ସନ୍ତାନ ମଧ୍ୟ ମୃତ୍ୟୁ ହୋଇଛି। ଏକ ମାତ୍ର ପୁତ୍ର ସନ୍ତାନର ମୃତ୍ୟୁ ପରେ କୌଣସି ସନ୍ତାନ ନହେବା କାରଣରୁ ସବୁବେଳେ ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡିଛି। ଆଜି ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଗ୍ରାମରେ ଏକ ପ୍ରକାର କୋକୁଆ ଭୟ ଖେଳିଯାଇଛି। ଘଟଣାସ୍ଥଳରେ ମୋଟୁ ଥାନା ପୁଲିସ ପହଂଚି ତଦନ୍ତ କରୁଛି। ହତ୍ୟାକାରୀ ସ୍ବାମୀ ସାଲବମ ନାଗାକୁ ପୁଲିସ ଗିରଫ କରି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe