ପତ୍ନୀଙ୍କୁ ଗଳା କାଟି ହତ୍ୟା, ଝିଅ ଫିଟାଇଲା ଗୁମର

Advertisment
ପତ୍ନୀଙ୍କୁ ଗଳା କାଟି ହତ୍ୟା, ଝିଅ ଫିଟାଇଲା ଗୁମର

photo by : Patrika

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଞ୍ଚଳରେ ଘଟିଛି ଏକ ବର୍ବରକାଣ୍ଡ। ନିଜର ୮ ବର୍ଷର ଝିଅ ସମ୍ମୁଖରେ ପତ୍ନୀକୁ ଛୁରୀରେ ଗଳାକାଟି ହତ୍ୟା କରିବା ପରେ କଲଭର୍ଟ ତଳକୁ ଫିଙ୍ଗିଦେଇ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ‌ଘଟଣା ସମ୍ପର୍କରେ କୌଣସି ସୁତ୍ରରୁ ଖବର ପାଇ ପୁଲିସ ତନାଘନା ଆରମ୍ଭ କରିବା ପରେ ମାଆ ରୁନିମାକୁ ତାଙ୍କ ବାପା ସୁବାଷ ଚନ୍ଦ୍ର ନାୟକ ହତ୍ୟା କରିଥିବା ନେଇ ୮ ବର୍ଷର ଝିଅ ପୁଲିସ ଆଗରେ ପ୍ରକାଶ କରିଥିଲା। ମୃତ ରୁନିମାର ଶବ ପଡିଥିବା କଲଭର୍ଟ ନିକଟକୁ ଆସି ଝିଅଟି ଦେଖାଇବା ପରେ ପୁଲିସ ଘଟଣାସ୍ଥଳରୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ତି ପଠାଯାଇଥିବା ସୂଚନା ମିଳିଛି। ‌ହେଲେ ଘଟଣା ପରେ ଅଭିଯୁକ୍ତ ସ୍ବାମୀ ଫେରାର ରହିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ସ୍ବାମୀ ସୁବାସ ଚନ୍ଦ୍ର ନାୟକ ଓ ସ୍ତ୍ରୀ ରୁନିମା ନାୟକ ଉଭୟ ମୋହନା ଥାନା ଅନ୍ତର୍ଗତ ଟାଙ୍ଗିଲି ପଦର ଗ୍ରାମରେ ରହୁଥିଲେ। ଗତକାଲି ଉଭୟ ସ୍ବାମୀ ସ୍ତ୍ରୀ ନିଜର ୮ବର୍ଷର ଝିଅକୁ ନୂଆଗଡ଼ ବ୍ଲକ୍‌ର ବଡ଼ପଦା ମିଶନ୍‌ ସ୍କୁଲରେ ଭର୍ତ୍ତି କରିବା ପାଇଁ ବାହାରିଥିଲେ। ତେବେ ପୂର୍ବରୁ ଯୋଜନା କରିଥିବା ସୁବାସ ରା.ଉଦୟଗିରି ନିକଟସ୍ଥ ବାଦପୁର ଗ୍ରାମ କଲ୍‌ଭର୍ଟ ନିକଟରେ କିଛି ବାହାନା କରି ରୁନିମାଙ୍କୁ କଲଭର୍ଟ ତଳକୁ ଡାକି ନେଇଥିଲା। ଏ ସମୟରେ ଲୁଚାଇ ରଖିଥିବା ଛୁରୀ ସାହାଯ୍ୟରେ ରୁନିମାର ବେକ କାଟି ଦେଇଥିଲା ସୁବାସ। ପରେ ରୁନିମାର ମୃତଦେହକୁ କଲଭର୍ଟ ତଳେ ମୋଡାମୋଡି କରି ଫିଙ୍ଗି ଦେଇ ଚାଲିଯାଇଥିଲା। ଏହି ସବୁ ଘଟଣା ନିଜ କୁନି ଝିଅ ସମ୍ମୁଖରେ ହିଁ ଘଟିଥିଲା। ଝିଅଟି ଏସବୁ ଦେଖିଥିଲେ ମଧ୍ୟ ଭୟରେ ପ୍ରତିବାଦ କରିପାରିନଥିଲା। କୌଣସି ସୂତ୍ରରୁ ଖବର ପାଇ ମୋହନା ପୁଲିସ୍‌ ଝିଅକୁ ରା.ଉଦୟଗିରିକୁ ଆଣିଥିଲା। ସେଠି ଝିଅ ମାଆ ରୁନିମାର ମୃତଦେହ ପଡିଥିବା ସ୍ଥାନକୁ ନେଇ ଦେଖାଇବା ପରେ ସମସ୍ତ ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe