ସାଇବର ଅପରାଧୀଙ୍କ ଜାଲରେ ପୁଲିସ ଅଧିକାରୀଙ୍କ ପତ୍ନୀ

କ୍ରେଡିଟ୍ କାର୍ଡରେ ୪୯ ହଜାର ଠକେଇ, ବ୍ୟାଙ୍କ ନୋଟିସରେ ନୟାନ୍ତ

ସାଇବର ଅପରାଧୀଙ୍କ ଜାଲରେ ପୁଲିସ ଅଧିକାରୀଙ୍କ ପତ୍ନୀ

ସାଂକେତିକ ଫଟୋ

ଭୁବନେଶ୍ବର : ସାଇବର ଅପରାଧୀ ଆତଙ୍କ ଖେଳାଇ ଚାଲିଥିବା ବେଳେ ଜଣେ ପୁଲିସ ଏଏସ୍ଆଇଙ୍କ ପତ୍ନୀ ଜାଲରେ ପଡ଼ିଛନ୍ତି। କ୍ରେଡିଟ୍ କାର୍ଡ ଆକ୍ଟିଭେଟ୍ ନାଁରେ ୪୯ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ଭୁବନେଶ୍ବର ସାଇବର ହେଲପ୍ ଡେସ୍କର ଦ୍ବାରସ୍ଥ ହୋଇଛନ୍ତି ଏଏସ୍ଆଇ ଚିନ୍ମୟ କୁମାର ବହଳି। ସେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଚିନ୍ମୟଙ୍କ ପତ୍ନୀ ବନଲତା ପାଢ଼ୀ ଭଦ୍ରକ ମେଡିକାଲରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟରତ। ଗତବର୍ଷ ନଭେମ୍ବର ମାସରେ ଷ୍ଟେଟ୍ ବ୍ୟାଙ୍କରୁ ତାଙ୍କୁ କ୍ରେଡିଟ୍ କାର୍ଡ ମିଳିଥିଲା। ୧୫ ଦିନ ଭିତରେ ଆକ୍ଟିଭେଟ୍ ନ କଲେ ଟିକସ ପଡ଼ିବ ବୋଲି ତାଙ୍କୁ ଫୋନ୍ କଲ୍ ଆସିଥିଲା। ଦ୍ବିତୀୟ ଥର ଫୋନ୍ କଲ୍ ଆସିବା ସହ ବନଲତାଙ୍କୁ କଲ୍ କରିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲା। ବନଲତାଙ୍କ ମୋବାଇଲ ଫୋନକୁ ଯେଉଁ ଓଟିପି ଆସିଥିଲା ଠକ ତାହାକୁ କୌଶଳକ୍ରମେ ମାଗି ନେଇଥିଲା। ଏହା ପରେ ଆକାଉଣ୍ଟରୁ ୪୯ ହଜାର ୨୬୬ ଟଙ୍କା କଟି ଯାଇଥିଲା। ଏ ସମ୍ପର୍କରେ ସେ ବ୍ୟାଙ୍କ ଶାଖା ଠାରୁ ଆରମ୍ଭ କରି ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ତାଙ୍କୁ ଦିଲ୍ଲୀରୁ ବ୍ୟାଙ୍କ ପକ୍ଷରୁ ଓକିଲ ନୋଟିସ୍ ଆସିଥିବା କହିଛନ୍ତି ଚିନ୍ମୟ। ଆଜି ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ସାଇବର ହେଲପ୍ ଡେସ୍କର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe