ରସିକିଆ ନକଲି ଡାକ୍ତରଙ୍କ ପତ୍ନୀ ଗିରଫ: ରାଜ୍ୟ ବାହାରୁ ଧରିଲା କମିସନରେଟ ପୁଲିସ

ରସିକିଆ ନକଲି ଡାକ୍ତରଙ୍କ ପତ୍ନୀ ଗିରଫ: ରାଜ୍ୟ ବାହାରୁ ଧରିଲା କମିସନରେଟ ପୁଲିସ

ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶଚନ୍ଦ୍ର ସ୍ବାଇଁଙ୍କ ପତ୍ନୀ କମଳା ସ୍ୱାଇଁଙ୍କୁକୁ କମିସନରେଟ ପୁଲିସର ପିଙ୍କ ଟିମ ଗିରଫ କରିଥିବାର ସୂଚନା ମିଳିଛି। କମଳା ଥଲେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ଵିତୀୟ ପତ୍ନୀ। ମୋଷ୍ଟ ୱାଣ୍ଟେଡ କମଳାଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

publive-image

ସୂଚନାଯୋଗ୍ୟ, ନକଲି ଡାକ୍ତର ରମେଶ ଓ ତା’ ସହଯୋଗୀ ବିଶ୍ବରଂଜନ ଦାସକୁ ରିମାଣ୍ଡରେ ଆଣିଥିଲା, ସେଭଳି କିଛି ହେଲା ନାହିଁ। ଓଲଟି ଜେରା ବେଳେ ଦୁହେଁ ପୁଲିସକୁ ନାକେଦମ୍ କଲେ। ୟାଡୁସିଆଡୁ ମିଛ କଥା କହି ପୁଲିସକୁ ଭୁଆଁ ବୁଲାଇଲେ। ତେଣୁ ବାଧ୍ୟ ହୋଇ ରିମାଣ୍ଡ ଅବଧି ସରିବାର ଦିନକ ପୂର୍ବରୁ ପୁଲିସ ଉଭୟଙ୍କୁ କୋର୍ଟରେ ହାଜର କରାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା।

publive-image the week

ଗତ ମାସ ୨୮ ତାରିଖରେ ପୁଲିସ୍ ରମେଶର ସହଯୋଗୀ ବିଶ୍ବରଂଜନ ଦାସକୁ ଗିରଫ କରିଥିଲା। ସେ ରମେଶର ସୋସିଆଲ୍ ମିଡିଆ ଆକାଉଣ୍ଟ ସମ୍ଭାଳୁଥିଲା।
ହ୍ବାଟ୍ସଆପ୍ଠାରୁ ଆରମ୍ଭ କରି ଫେସ୍ବୁକ୍, ମେସେଞ୍ଜର୍ ଆକାଉଣ୍ଟରୁ ମହିଳା ଓ ଯୁବତୀଙ୍କ ସହ କଥା ହେଉଥିଲା। ଏପରିକି ମାଟ୍ରିମୋନି ସାଇଟ୍ରେ ବି ଚାଟିଂ କରି ରମେଶର ପ୍ରାଧାନ୍ୟ ବଢ଼ାଉଥିଲା। କିଛି ମହିଳାଙ୍କ ସହ ରମେଶର ବାହାଘର କରାଇଥିଲା। ତେଣୁ ଉଭୟଙ୍କୁ ମୁହାଁମୁହିଁ ଜେରା କଲେ, ଅଧିକ ତଥ୍ୟ ପଦାକୁ ଆସିବ ଭାବି ଗତ ୩୦ ତାରିଖରେ ପୁଲିସ ଉଭୟଙ୍କୁ ୫ଦିନିଆ ରିମାଣ୍ଡରେ ଆଣିଥିଲା। ପ୍ରଥମେ ଦୁହିଁଙ୍କୁ ଅଲଗା ଅଲଗା ଜେରା କରିବା ପରେ ୩ଦିନ ଉଭୟଙ୍କୁ ମୁହାଁମୁହିଁ ଜେରା କରିଥିଲା। କିନ୍ତୁ ଜେରା ବେଳେ ଦୁହେଁ ଏମିତିଆ ଉତ୍ତର ଦେଇଥିଲେ ଯେ ପୁଲିସର ଅକଲଗୁଡୁମ୍ ହୋଇଯାଇଥିଲା। ଦୁହେଁ ପୁଲିସ୍କୁ ଆଦୌ ସହଯୋଗ କରିନଥିଲେ। ପୁଲିସ ସେମାନଙ୍କୁ ସୋସିଆଲ୍ ମିଡିଆ ଆକାଉଣ୍ଟ ଓ କମ୍ପ୍ୟୁଟର୍ର ପାସ୍ୱାର୍ଡ ମାଗିଥିଲେ ହେଁ ସେମାନେ ବାରମ୍ବାର ଭୁଲ୍ ପାସ୍ୱାର୍ଡ ଦେଇଥିଲେ। ତେଣୁ ବାଧ୍ୟ ହୋଇ ପୁଲିସ ପାସ୍ୱାର୍ଡ ବ୍ରେକ୍ କରି ସୋସିଆଲ୍ ମିଡିଆ ଓ କମ୍ପ୍ୟୁଟର୍ରୁ କିଛି ତଥ୍ୟ ପାଇଛି। ସେମାନେ ଏପରି ଅସହଯୋଗ କରିବାରୁ ପୁଲିସ୍ ଅତିଷ୍ଠ ହୋଇ ଦୁହିଁଙ୍କୁ ଅବଧିର ଦିନକ ପୂର୍ବରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe