ବିଜେପିରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପତ୍ନୀ

Advertisment
ବିଜେପିରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପତ୍ନୀ

ସୁନ୍ଦରଗଡ଼: ତଳସରାର ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ପୂର୍ବତନ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ମାଝୀ ବିଜେପିରେ ଯୋଗ ଦେଇଛନ୍ତି। ଗୁରୁବାର ବାଲିଶଙ୍କରା ସୁଖା ମହାଦେବ ମନ୍ଦିର ପଡ଼ିଆରେ ବିଜେପିର ତରଫରୁ ଆୟୋଜିତ ନିର୍ବାଚନୀ ସଭାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶ୍ରୀମତୀ ମାଝୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ନିକଟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଫୁଲ୍ଲ ବିଜେଡିରୁ ନିଲମ୍ବିତ ହେବା ପରେ ତାଙ୍କ ପତ୍ନୀ ବିଜେପିରେ ସାମିଲ ହେବା ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସରୁ ବିଜେଡିକୁ ଆସିଥିବା ପ୍ରଫୁଲ୍ଲ ଚଳିତ ନିର୍ବାଚନରେ ବିଜେଡିରୁ ତଳସରା ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରିବାକୁ ଚାହିଁଥିଲେ। କିନ୍ତୁ ଦଳ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋଙ୍କୁ ମଇଦାନକୁ ଓହ୍ଲାଇଥିଲେ। ଏହା ପରେ ପ୍ରଫୁଲ୍ଲ ବିନୟଙ୍କ ବିରୋଧରେ ଭୋଟରଙ୍କୁ ମତାଉଥିବା ଅଭିଯୋଗ ହୋଇଥିଲା।

ଏପରିକି ଏ ସମ୍ପର୍କିତ ଏକ ଅଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହା ପରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।  ପ୍ରଫୁଲ୍ଲ ନିଲମ୍ବିତ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନଥିବା ପ୍ରକାଶ କରିବା ସହ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe