କଟକ : ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପତ୍ନୀ ମୀନତି ମିଶ୍ର (୬୨)ଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ଓଡ଼ିଆ ବଜାରସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସେ ହୃଦଘାତର ଶିକାର ହୋଇଥିବା ଜଣା ପଡିଛି। ତାଙ୍କ ମରଶରୀରକୁ ଖାନନଗର ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ କରାଯାଇଥିଲା। ବଡ଼ ପୁଅ ଚନ୍ଦନ ମିଶ୍ର ମୁଖାଗ୍ନି ଦେଇଥିଲେ। ଶେଷଶଯ୍ୟା ନିକଟରେ ସ୍ବାମୀଙ୍କ ସହିତ ସାନ ପୁଅ ଚର୍ଚ୍ଚିତ ମିଶ୍ର, ପରିବାର ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ମୀନତି ମିଶ୍ର ଜଣେ ଦୟାଳୁ ତଥା ଧର୍ମପ୍ରାଣା ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ପତ୍ନୀ ବିୟୋଗ
Advertisment
Follow Us