ଇସ୍କନ ମନ୍ଦିର ପରିଦର୍ଶନ କରିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

Advertisment
ଇସ୍କନ ମନ୍ଦିର ପରିଦର୍ଶନ କରିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

image source: en.wikipedia.org

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଭୁବନେଶ୍ବରରେ ଥିବା ଇସ୍କନ ମନ୍ଦିର ପରିଦର୍ଶନ କରିଛନ୍ତି। ସେ ସେଠାରେ ପୂର୍ବାହ୍ନ ୧୦.୧୦ରେ ପହଞ୍ଚିଥିଲେ । ଦୀର୍ଘ ୪୫ ମିନିଟ୍ ଧରି ମନ୍ଦିର ଭିତରେ ରହିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ। କିଛି ସମୟ ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଥିଲା। କୋଭିଡ ପାଇଁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ପାଇଁ କଡ଼ା ନିର୍ଦ୍ଦେଶ ଥିଲା।  କଡ଼ା ସୁରକ୍ଷା ଭିତରେ ଦର୍ଶନ କରିବା ପରେ ରାଜଭବନ ଫେରି ଯାଇଥିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe