୫ ବର୍ଷ ପରେ ପ୍ରେମିକ ସହ ଫେରିଲେ ସ୍ତ୍ରୀ!

Advertisment

ପତ୍ନୀହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ ସ୍ୱାମୀ

ପତ୍ନୀହତ୍ୟା ଅଭିଯୋଗରେ ଜେଲ୍‌ ଯାଇଥିଲେ ସ୍ୱାମୀ

୫ ବର୍ଷ ପରେ ପ୍ରେମିକ ସହ ଫେରିଲେ ସ୍ତ୍ରୀ!

photo by : amazonaws.com

ରାଜନଗର : ୫ ବର୍ଷ ତଳେ ହଠାତ ନିଖୋଜ ହୋଇଗଲେ ଜଣେ ମହିଳା। ତାଙ୍କୁ ହତ୍ୟା କରି ଶବ ଗାଏବ କରିଦେଇଥିବା ଅଭିଯୋଗରେ ସ୍ୱାମୀଙ୍କୁ ଜେଲ୍‌ ଯିବାକୁ ପଡ଼ିଲା। ଦେଡ଼ଶୁର ବି ବାଦ୍‌ ପଡ଼ି ନଥିଲେ। ମାତ୍ର ଏବେ ମହିଳାଜଣକ ଜୀବିତ ଅବସ୍ଥାରେ ଗାଁକୁ ଫେରିଛନ୍ତି। ନିଜ ପ୍ରେମିକ ସହ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଘଟିିଥିବା ଏଭଳି ଘଟଣା ଏବେ କୌତୁହଳର ବିଷୟ ହୋଇଛି।

ପଟ୍ଟାମୁଣ୍ଡାଇ ବ୍ଲକ ତେରେହି ଗାଁର ପୀତାମ୍ବର ମଳିକଙ୍କ ଝିଅ ମମତା ରାଜନଗର ଥାନା ଖଣ୍ଡେଇପଡା ଗାଁର ଘନଶ୍ୟାମ ମଳିକଙ୍କ ପୁଅ ମୀନକେତନଙ୍କୁ ୨୦୦୧ରେ ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ବି ହୋଇଥିଲେ। ହେଲେ, ୨୦୧୩ରେ ମମତା ନିଖୋଜ ହୋଇଗଲେ। ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ଯେ, ଝିଅକୁ ଶାଶୁଘର ଲୋକେ ମାରି ଶବକୁ ଗାଏବ କରିଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ସ୍ୱାମୀ ମୀନକେତନ ଓ ଦେଡ଼ଶୂର ମାଧବ ମଳିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ମୀନକେତନ ଓ ମାଧବ ୩ ମାସ ଧରି ଜେଲ୍‌ରେ ରହି ଜାମିନରେ ମୁକୁଳି ଥିଲେ। ମାତ୍ର ମମତା ଏବେ ୨୦ ବର୍ଷୀୟ ପ୍ରେମିକ ସହ ଗାଁକୁ ଫେରିଛନ୍ତି। ଆଜି ରାଜନଗର ପୁଲିସ ମମତା ଓ ତାଙ୍କ ପ୍ରେମିକଙ୍କୁ ଭାଟପଡା ଗାଁ ଛକରୁ ଧରି ଆଣି ଥାନାରେ ପଚୁରାଉଚୁରା କରୁଛି । କିନ୍ତୁ ମମତା ତାଙ୍କ ନାମ ଦେବୀ ବୋଲି କହିବା ସହ ସେ ବାହା ହୋଇ ନାହାନ୍ତି ବୋଲି ସଫେଇ ଦେଉଛନ୍ତି। ଏପରିକି ଥାନାରେ ଉପସ୍ଥିତ ଥିବା ସ୍ୱାମୀ ଓ ଦୁଇ ପୁଅଙ୍କୁ ଦେଖି ସେମାନଙ୍କୁ ଚିହ୍ନି ନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe