ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ପରମ୍ପରା ଭାଙ୍ଗି ଉଦାହରଣ ସୃଷ୍ଟି କଲେ

ଭଦ୍ରକ : ଚରମ୍ପା ବେଲମଳା ଗାଁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରା ଘର

Image Courtesy of Zee News

ସମ୍ବଲପୁର : ଆମ ସାମାଜିକ ବ୍ୟବସ୍ଥା ଏଭଳି ଯେ ସ୍ବାମୀ ମରିଗଲେ ସ୍ତ୍ରୀମାନେ ଶେଷକୃତ୍ୟରେ ସାମିଲ ହେବାକୁ ଶ୍ମଶାନ ଯାଏ ବି ଯାଇପାରନ୍ତି ନାହିଁ। ମୁଖାଗ୍ନି ମୁଖ୍ୟତଃ ପୁଅ ହିଁ ଦେଇଥାନ୍ତି। ପୁଅ ନ ଥିଲେ ଭାଇ, ପୁତୁରା, ଭଣଜା, ଜ୍ବାଇଁ କିମ୍ବା କୌଣସି ଦୂର ସମ୍ପର୍କୀୟ ପୁରୁଷ ମୁଖାଗ୍ନି ଦିଅନ୍ତି। ଅବଶ୍ୟ ଏବେ କିଛି ସ୍ଥାନରେ ଝିଅମାନେ ମୁଖାଗ୍ନି ଦେବାର ଦେଖିବାକୁ ମିଳିଲାଣି। ତେବେ ଏ ପର୍ଯ୍ୟନ୍ତ କେଉଁ ବ୍ୟକ୍ତିଙ୍କୁ ତାଙ୍କ ବିଧବା ପତ୍ନୀ ମୁଖାଗ୍ନି ଦେଇଥିବାର ଦେଖିବାକୁ ମିଳିନାହିଁ। ମାତ୍ର ଏହି ପରମ୍ପରାକୁ ଭାଙ୍ଗି ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ସମ୍ବଲପୁର ସହର ଝାଡ଼ୁଆପଡ଼ାର ଭାରତୀ ପଣ୍ଡା(୬୪)।

publive-image

ବୁଧବାର କବି ଦାମୋଦର ପଣ୍ଡା ପ୍ରାଣ ହରାଇଥିଲେ। ପୁଅ-ଝିଅମାନେ ବାହାରେ ଥିବାରୁ ରାତିରେ ରାଜଘାଟରେ ଦାମୋଦରଙ୍କ ଶେଷକୃତ୍ୟରେ ପତ୍ନୀ ଭାରତୀ ସାମିଲ ହୋଇ ମୁଖାଗ୍ନି ଦେଇଥିଲେ। ଏଥିପାଇଁ ପରିବାର ଏବଂ ପଡ଼ୋଶୀ ସମସ୍ତେ ତାଙ୍କ ପ୍ରଶଂସା ମଧ୍ୟ କରଛନ୍ତି। ଭାରତୀ କହନ୍ତି, ଗତକାଲି ଅଚାନକ ସ୍ବାମୀଙ୍କ ମୃତ୍ୟୁ ହୋଇଗଲା। ପୁଅ ସୌମ୍ୟକାନ୍ତ ଆବୁଧାବିରେ, ଝିଅ ରେଶମା, ମଧୁମିତା ମଧ୍ୟ ବାହାରେ ଅଛନ୍ତି। କେହି ମଧ୍ୟ ତତକ୍ଷଣାତ୍‌ ଆସିପାରିଲେ ନାହିଁ। ପାଖରେ ବୋହୂ ଅର୍ଚନା, ଦିଅର ଏବଂ ତାଙ୍କ ପରିବାର, ପୁତୁରା ସ୍ବାଧୀନ ପଣ୍ଡା ପ୍ରମୁଖ ଥିଲେ। ସେମାନେ ଅନ୍ତିମ ସଂସ୍କାର କାର୍ଯ୍ୟରେ ସମସ୍ତ ପ୍ରକାର ସହଯୋଗ ମଧ୍ୟ କରିଥିଲେ। କିନ୍ତୁ ସନ୍ତାନ ବ୍ୟତୀତ ଅନ୍ୟ କାହାକୁ ସ୍ବାମୀଙ୍କ ଶେଷକୃତ୍ୟ ସଂପନ୍ନ କରିବାର ଦାୟିତ୍ବ ଦେବାକୁ ସେ ଚାହିଁଲେ ନାହିଁ। ତେଣୁ ନିଜେ ସବୁ କିଛି କରିବା ପାଇଁ ନିଷ୍ପତ୍ତି ନେଲେ। ଡାକ୍ତରଖାନାରୁ ସ୍ବାମୀଙ୍କ ମୃତଶରୀର ଆଣିବାଠାରୁ ରାତି ୧୦ଟାରେ ରାଜଘାଟରେ କ୍ରିୟାକର୍ମ, ପିଣ୍ଡ ପ୍ରସ୍ତୁତି, ଅଗ୍ନି ସଂଯୋଗ ପର୍ଯ୍ୟନ୍ତ ସବୁ ପ୍ରକାର ବିଧି ପାଳନ କରିଛନ୍ତି। ଏହି ଦୁଃଖ ସମୟରେ ତାଙ୍କ ପାଖରେ ବୋହୂ ଅର୍ଚନା ରହି ତାଙ୍କୁ ମାନସିକ ବଳ ଯୋଗାଉଥିବା ଭାରତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe