The Hans India
ଦେବଗଡ଼ : ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ବଣିଆସାହିରେ ବୁଧବାର ସ୍ବାମୀଙ୍କ କଟୁରି ଚୋଟରେ ସ୍ତ୍ରୀ, ପୁଅ ଓ ଝିଅ ଆହତ ହୋଇଥିବା ଜଣାପଡିଛି। ଆହତମାନେ ହେଲେ ବଣିଆସାହିର ରୀନା ବେହେରା, ପୁଅ ଜଗା ବେହେରା ଓ ଝିଅ ନିରୁପମା ବେହେରା।
ସୂଚନା ଅନୁଯାୟୀ ରୀନାଙ୍କ ସ୍ବାମୀ ଉମେଶ ବେହେରା ବୁଧବାର ମଧ୍ୟାହ୍ନରେ କୌଣସି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ କରିଥିଲେ। ପରେ ଉମେଶ ଏକ କଟୁରିରେ ସ୍ତ୍ରୀ ରୀନା ବେହେରାଙ୍କୁ ଆକ୍ରମଣ କରିଥିଲେ। ବାପା ଉମେଶ ମା’ଙ୍କୁ ଆକ୍ରମଣ କରୁଥିବା ଦେଖି ଝିଅ ନିରୁପମା ବାରଣ କରିଥିଲେ। ଏହି ସମୟରେ କଟୁରି ଚୋଟ ଝିଅ ଉପରେ ମଧ୍ୟ ପଡ଼ିଥିଲା। ପାଟି ଶୁଣି ପୁଅ ଜଗା ଘଟଣାସ୍ଥଳରେ ପହଞ୍ଚି ବାପାଙ୍କୁ ଏଥିରୁ ନିବୃତ୍ତ ରହିବାକୁ କହୁଥିବା ବେଳେ ତାଙ୍କ ହାତ ଓ ଆଙ୍ଗୁଠିରେ ଚୋଟ ପଡ଼ିଥିଲା। ଆହତ ମା’, ଝିଅ ଓ ପୁଅଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Follow Us