ଘରୋଇ କଳିର କରୁଣ ପରିଣତି: ଜୀବନ ହାରିଲେ ପତ୍ନୀ, ସ୍ବାମୀ ଗୁରୁତର

ସୋସିଆଲ୍ ମିଡିଆରେ ଚାଷୀ ଆତ୍ମହତ୍ୟା ଚେତାବନୀ

ଖଇରା: ଖଇରା ଥାନା ରଇଁତିରା ଗ୍ରାମରେ ଅଭାବନୀୟ ଘଟଣା। ଘରୋଇ କଳିରୁ ଜନୈକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରି ପତି ଗୁରୁତର ଓ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ଅଭିଯୋଗ ଅନୁସାରେ, ଖଇରା ଥାନା ରଇଁତିରା ଗ୍ରାମର ବାବୁଲି ଜେନାଙ୍କ ପୁଅ କୈଳାସ ଜେନା ମାସେ ତଳେ ସୋର ଅଞ୍ଚଳର ସତ୍ୟାନନ୍ଦ ଜେନାଙ୍କ ଝିଅ ପୂଜା ଜେନାଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣ ଯୋଗୁ ଅଧିକାଂଶ ସମୟରେ ପାଟିତୁଣ୍ତ ହୁଏ। ଏନେଇ ପୂଜା ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ। ଖୁବଶୀଘ୍ର ଏହାର ସମାଧାନ କରିବେ ବୋଲି ଝିଅକୁ ବାପଘର ଲୋକେ କହିଥିଲେ।

ହେଲେ ଆଜି ପୂଜା ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ବାମୀ କୈଳାସ ପାଖରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଧରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ପୂଜାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ କୈଳାସଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପୂଜାଙ୍କ ବାପଘର ଲୋକଙ୍କ ଅଭିଯୋଗ କ୍ରମେ ଖଇରା ପୁଲିସ କୈଳାସଙ୍କ ବାପା ଓ ମାଆଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe