ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା : ସିଡିଏମଓଙ୍କୁ ରିପୋର୍ଟ ତଲବ

Advertisment
ଆଇସୋଲେସନ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣା : ସିଡିଏମଓଙ୍କୁ ରିପୋର୍ଟ ତଲବ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍–୧୯ ଆଇସୋଲେସନ ୱାର୍ଡରେ ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣାରେ ପୁଲିସ କେବଳ ଷ୍ଟେସନ ଡାଏରି କରିଛି। ଏ ସଂକ୍ରାନ୍ତରେ ସିଡିଏମଓଙ୍କୁ ରିପୋର୍ଟ ତଲବ କରାଯାଇଥିବା ବେଳେ ଜବାବ ମିଳିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି। ସିଡିଏମଓ ଓ ମେଡିକାଲ୍ ଇନ୍‌ଚାର୍ଜଙ୍କ ନାମରେ ମୃତ ସୁଭଦ୍ରା ସ୍ବାଇଁଙ୍କ ଭିଣୋଇ ସୁନିଲ ନାୟକ ଏତଲା ଦେଇଛନ୍ତି। ଅନ୍ୟପଟେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ବରେ ଜଗତସିଂହପୁର ଥାନାରେ ଅଭିଯୋଗ ଦାଖଲ କରାଯିବା ସହ ସିଡିଏମ୍ଓଙ୍କ ଗିରଫ ଦାବି କରାଯାଇଛି।

ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସୂଚନା ଅନୁସାରେ ଭିଣୋଇଙ୍କ ଅଭିଯୋଗକୁ ଭିତ୍ତି କରି ମୃତ୍ୟୁ ସମ୍ପର୍କରେ ସିଡିଏମ୍ଓଙ୍କୁ ରିପୋର୍ଟ ତଲବ କରାଯାଇଛି। ସିଡିଏମ୍ଓଙ୍କ ରିପୋର୍ଟ ମିଳିବା ପରେ ହିଁ ମାମଲା ଦାୟର କରାଯିବ। ସିଡିଏମ୍ଓ ଡାକ୍ତର ବିଜୟା ପଣ୍ତା କିନ୍ତୁ ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe