ପତ୍ନୀଙ୍କୁ ଗାଡ଼ି ଚପାଇ ହତ୍ୟା! ଥାନାରେ ସ୍ୱାମୀ ଅଟକ

Advertisment
ପତ୍ନୀଙ୍କୁ ଗାଡ଼ି ଚପାଇ ହତ୍ୟା! ଥାନାରେ ସ୍ୱାମୀ ଅଟକ

ବରଗଡ଼ : ନିଜ ପତ୍ନୀଙ୍କୁ ଗାଡ଼ି ଚପାଇ ହତ୍ୟା! ଏହି ଦମ୍ପତି ଝାଡ଼ଖଣ୍ଡ ବାସିନ୍ଦା ହୋଇଥିବାବେଳେ ସ୍ବାମୀ ହୀରାଜନ ଭଗତ ଓଡ଼ିଶାର ହିଙ୍ଗୁଳା ମାଇନ୍ସରେ କାମ କରୁଥିଲେ। ବରଗଡ଼ ଟାଉନ୍‌ ଥାନା ଅନ୍ତର୍ଗତ ବନ୍ଦା ଗାଁରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ପୁଲିସ ହୀରାଜନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମୃତା ମହିଳା ହେଲେ ଜବରାଣୀ ତିର୍କୀ। ସୂଚନା ମୁତାବକ, ସ୍ବାମୀ-ସ୍ତ୍ରୀ ଏବଂ ଦୁଇ ଛୋଟ ଝିଅ ଗୋଟିଏ ବୋଲେରୋରେ ବରଗଡ଼ ଜିଲ୍ଲାକୁ ଆସିଥିଲେ। ସେମାନେ ଖରମୁଣ୍ଡା ନିକଟସ୍ଥ ରୁନିପାଲି ଗାଁଠାରେ ରହୁଥିବା ସଂପର୍କୀୟଙ୍କ ଘରକୁ ଯାଇଥିଲେ। ହୀରାଜନ ନିଜେ ଗାଡ଼ି ଚଳାଉଥିଲେ। ତେବେ ବନ୍ଦା ଗାଁ ନିକଟରେ କୌଣସି କାରଣରୁ ଅଟକି ଥିବାବେଳେ ଜବରାଣୀ ଗାଡ଼ି ପଛରେ ଛିଡ଼ା ହୋଇଥିଲେ। ଏତିକିବେଳେ ହୀରାଜନ ଗାଡ଼ି ଚଳାଇ ପଛପଟୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଜବରାଣୀଙ୍କ ମୃତ୍ୟୁ ଘଟିଥିଲା। ତେବେ, ଦୁଇ ଝିଅ ଏଥିରୁ ବର୍ତ୍ତି ଯାଇଥିଲେ। ସ୍ତ୍ରୀଙ୍କୁ ଜାଣିଶୁଣି ଗାଡ଼ି ଧକ୍କା ଦେଇ ହତ୍ୟା କରିଥିବା ସନ୍ଦେହ କରି ଗ୍ରାମବାସୀ ହୀରାଜନଙ୍କୁ କାବୁ କରିଥିଲେ। ଟାଉନ୍‌ ପୁଲିସ୍‌ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ହୀରାଜନଙ୍କୁ ହେପାଜତକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe