ସ୍ବାମୀଙ୍କ ପରକୀୟା ପ୍ରୀତି; ପତ୍ନୀଙ୍କ ଆତ୍ମହତ୍ୟା!

Advertisment
ସ୍ବାମୀଙ୍କ ପରକୀୟା ପ୍ରୀତି; ପତ୍ନୀଙ୍କ ଆତ୍ମହତ୍ୟା!

IndiaTV News

ଜଗତସିଂହପୁର : ସ୍ୱାମୀଙ୍କ ପରକୀୟାପ୍ରୀତି, ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ରୋଜାଲିନ ପ୍ରଧାନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ଼ ଗ୍ରାମ ପଞ୍ଚାୟତ ବାଲିଡ଼ିଆ ଗାଁରେ। ପାରାଦୀପ୍ ଲକ୍‌ ଥାନାରେ ଏ ନେଇ ମୃତ ରୋଜାଲିନଙ୍କ ମା ପୁଷ୍ପା ପ୍ରଧାନ କରିଥିବା ଲିଖିତ ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ପୁଷ୍ପାଙ୍କ ଅଭିଯୋଗ ମୁତାବକ, ଅଢେଇ ବର୍ଷ ପୂର୍ବେ ରୋଜାଲିନ ଓ ଚୂନବେଲାରୀ ଗ୍ରାମର ରମେଶ ରଣାଙ୍କ ପୁଅ ହିମାଂଶୁଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଉଭୟ ବୈଦିକ ରୀତିରେ ବିବାହ କରିଥିଲେ। ହଠାତ୍ ହିମାଂଶୁଙ୍କ ବ୍ୟବହାର ବଦଳିବାରେ ଲାଗିଥିଲା। ଏମିତିକି ଅନ୍ୟ ଏକ ଝିଅ ସହ ସମ୍ପର୍କ ରଖି ଅନ୍ତରଙ୍ଗ ଫଟୋ ଓ ଭିଡିଓ ନିଜ ସ୍ତ୍ରୀ ରୋଜାଲିନଙ୍କୁ ଦେଖାଉଥିଲେ। ରୋଜାଲିନ ଏହାକୁ ନେଇ ପ୍ରତିବାଦ କରିବାରୁ ସେ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲେ। ୬ମାସ ପୂର୍ବେ ରୋଜାଲିନ ନିଜ ଶାଶୂଘରେ ଥିବା ସମୟରେ ତାର ବେକକୁ ହିମାଂଶୁ କାଟି ଦେଇଥିଲେ। ଡାକ୍ତରଖାନାରୁ ଫେରି ରୋଜାଲିନ ନିଜ ମା’ଙ୍କ ଘରେ ରହୁଥିଲେ। ମାତ୍ର ହିମାଂଶୁ କିଛିଦିନ ହେବ ରୋଜାଲିନଙ୍କ ପାଖରେ ପହଞ୍ଚି ତାଙ୍କୁ ମାଡ଼ ମାରିବା ଓ ଛାଡ଼ପତ୍ର କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ। ଏଣୁ ରୋଜାଲିନର ମୃତ୍ୟୁ ପାଇଁ ହିମାଂଶୁ ଦାୟୀ ବୋଲି ପୁଷ୍ପା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe