ଭୂତାଣୁଜନିତ ସଂକ୍ରମଣରେ ପୀଡ଼ିତ ସ୍ବାମୀ: ଜୀବନ ରକ୍ଷା ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

Advertisment
ଭୂତାଣୁଜନିତ ସଂକ୍ରମଣରେ ପୀଡ଼ିତ ସ୍ବାମୀ: ଜୀବନ ରକ୍ଷା ପାଇଁ ପତ୍ନୀଙ୍କ ଆକୁଳ ନିବେଦନ

ସୋର: ସୋର ମ୍ୟୁନିସିପାଲିଟି ଅଧୀନ ଅଡ଼ଙ୍ଗ ବାସିନ୍ଦା ସମାଜସେବୀ ତଥା ଜଣେ ଜଣାଶୁଣା ଶିଳ୍ପୀ ସବ୍ୟସାଚୀ ରଣା (୪୫) ଗତ ୨ ତାରିଖରେ ଜିବିଏସ୍‌ ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ସୋର ଡାକ୍ତରଖାନାରୁ ବାଲେଶ୍ବର ସ୍ଥାନାନ୍ତର କରାଯିବା ପରେ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ନହେବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ ୫ ତାରିଖରୁ ସବ୍ୟସାଚୀଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିବା ବେଳେ ଅଦ୍ୟାବଧି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି। ଏବେ ତାଙ୍କ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ଏହି ସେବା ଯୋଗାଇବାକୁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି। ପରିବାର ଲୋକେ ଧାରକରଜ କରିବା ସହ କିଛି ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହଯୋଗରେ ଅଦ୍ୟାବଧି ଚିକିତ୍ସା ବ୍ୟୟ ଭରଣା କରିଥିବା ବେଳେ ଅଧିକ ଚିକିତ୍ସା ପରିବାର ପକ୍ଷରେ ସମ୍ଭବ ହେଉନି। ସ୍ବାମୀଙ୍କ ଜୀବନ ରକ୍ଷା କରିବାକୁ ପତ୍ନୀ ସ୍ବର୍ଣ୍ଣଲତା କୌଣସି ଦାତବ୍ୟ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିଙ୍କୁ ଆର୍ଥିକ ସହଯୋଗ ପାଇଁ ନିବେଦନ କରିଛନ୍ତି। ତାଙ୍କ ଫୋନ୍ ପେ ନଂ ୯୭୭୮୨୩୧୮୮୮ରେ ଆର୍ଥିକ ସହଯୋଗ ପାଇଁ ନିବେଦନ କରିଛନ୍ତି ସ୍ବର୍ଣ୍ଣଲତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe