ଫାଶ ଛିଡ଼ାଇ ଫାଶ ବସାଇଥିବା ଲୋକକୁ ଆକ୍ରମଣ କଲା ବାର୍ହା

ଫାଶ ଛିଡ଼ାଇ ଫାଶ ବସାଇଥିବା ଲୋକକୁ ଆକ୍ରମଣ କଲା ବାର୍ହା

Image Courtesy of Business insider India

ବାଣପୁର: ଶନିବାର ସନ୍ଧ୍ୟା ପ୍ରାୟ ଛଅଟା ବେଳେ ବାଣପୁର ବ୍ଲକ୍‌ ଅଞ୍ଚଳର ନୀଳାଦ୍ରିପ୍ରସାଦ ଗ୍ରମପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗାଁର ଜଣେ ବ୍ୟକ୍ତି ଜଙ୍ଗଲି ବାର୍ହା ଆକ୍ରମଣର ସରବ୍ୟ ହୋଇ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆହତ ବ୍ୟକ୍ତି ହେଉଛନ୍ତି ୪୨ ବର୍ଷିୟ ବସନ୍ତ ଜାନି।

ବାର୍ହା ଧରିବାକୁ ବସନ୍ତ ନିଜ ବିଲରେ ଫାଶ ବସାଇଥିଲେ। ଫାଶରେ କୌଣସି ଜନ୍ତୁ ପଡ଼ିଛନ୍ତି କି, ନାହିଁ ଦେଖିବାକୁ ସନ୍ଧ୍ୟା ଛଅଟା ବେଳେ ବସନ୍ତ ବିଲକୁ ଯାଇଥିଲେ। ଯୋଗକୁ ବାର୍ହାଟିଏ ତାଙ୍କ ଫାଶରେ ପଡ଼ିଥିଲା ଓ ସେ ବସନ୍ତଙ୍କୁ ଦେଖି ଫାଶରୁ ଖସିଯିବାକୁ ଟାଣି ଓଟାରି ହେଲା। ଏତିକି ବେଳେ ବାର୍ହା କପାଳକୁ ଫାଶ ଛିଡ଼ିଗଲା। ଏଥର ବାର୍ହା ଝପଟି ଆସି ସେଠାରେ ହାଜର ହୋଇଥିବା ବସନ୍ତଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଲା।

publive-image

ବସନ୍ତଙ୍କ ଚିତ୍କାର ଶୁଣି ସେଠାରେ ଥିବା ଅନ୍ୟ ଲୋକମାନେ ଧାଇଁ ଯାଇ ବାର୍ହାଟିକୁ ଘଉଡ଼ାଇ ଦେଲେ।

ଚିକିତ୍ସା ପାଇଁ ବସନ୍ତଙ୍କୁ ପ୍ରଥମେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକସ୍ଥିତିରେ ଥିବାରୁ ସେଠାକାର ଡାକ୍ତରମାନେ ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଛଅ ନମ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe