yourobserver.com
ଅନୁଗୁଳ : କଣିହାଁ ବନାଞ୍ଚଳ ଅଧୀନରେ ଥିବା ଦଳକ ଗାଁ ନିକଟରେ ଥିବା ଧାନ କିଆରିରେ ଶିକାରୀମାନେ ବିଦ୍ୟୁତ ତାର ସଂଯୋଗ କରି ଗତକାଲି ସାନ୍ଧ୍ୟ ୯ଟା ବେଳେ ଏକ ବାରହା ଶିକାର କରିଥିବା ଜଣାପଡ଼ିଛି। ଖବର ପାଇ କଣିହାଁ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାରରେ ମୃତ୍ୟୁବରଣ କରିଥିବା ବାରହାଟିକୁ ଉଦ୍ଧାର କରିବା ସହ ବ୍ୟବହୃତ ହୋଇଥିବା ବିଦ୍ୟୁତ ତାରକୁ ଜବତ କରିଥିଲେ।
ପରେ ବାରହାଟିକୁ କଣିହାଁ ରେଞ୍ଜଅଫିସକୁ ଆଣି ଥିଲେ । ଆଜି ସକାଳେ କଣିହାଁ ବନାଞ୍ଚଳଅ ଧିକାରୀ ନୀଳମଣି ଦେହୁରୀଙ୍କ ଉପସ୍ଥିତରେ କଣିହାଁ ଭିଏସ କମଳ ଲୋଚନ ଦାଶ ବାରହାଟିର ଶବ ବ୍ୟବଛେଦ କରିବା ପରେ ଅଫିସ ପରିସରରେ ତାକୁ ପୋତି ଦେଇଥିବା ଜଣାପଡିଛି। ବନବିଭାଗ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ ଜାରିରହିଛି।
Follow Us