ସମ୍ବଲପୁର : ବୁର୍ଲା ସହର ମଧ୍ୟକୁ ପଶି ଆସିଥିବା ଜଙ୍ଗଲି ବାର୍‌ହା ଗଲା ଡେବ୍ରିଗଡ଼

ସମ୍ବଲପୁର : ବୁର୍ଲା ସହର ମଧ୍ୟକୁ ପଶି ଆସିଥିବା ଜଙ୍ଗଲି ବାର୍‌ହା ଗଲା ଡେବ୍ରିଗଡ଼

ସମ୍ବଲପୁର : ବୁଧବାର ସଂଧ୍ୟାରେ ବୁର୍ଲା ସହର ମଧ୍ୟକୁ ପଶି ଆସିଥିବା ଜଙ୍ଗଲି ବାର୍‌ହାକୁ ବନ ବିଭାଗ କର୍ମଚାରୀମାନେ ଆୟତ୍ତ କରି ଜିରୋ ପଏଣ୍ଟ ନିକଟରେ ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଛାଡ଼ି ଦେଇଛନ୍ତି। ବାର୍‌ହାଟି ସଂଧ୍ୟାରୁ ବୁର୍ଲାକୁ ପଶିଥିବାବେଳେ ଅନ୍ଧାରର ସୁଯୋଗ ନେଇ କିଛି ଲୋକ ତାକୁ ବର୍ଛା ଆଦି ଧରି ମାରିବାକୁ ପ୍ରସ୍ତୁତ ହେଉଥିଲେ। ତେବେ ଆଇନ୍‌ଜୀବୀ ଲକ୍ଷ୍ମୀଧର ମହାନ୍ତି ପୁଲିସ୍‌ ଓ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ କର୍ମଚାରୀ ମାନେ ରାତି ୧୨ଟାରେ ଜାଲ ପକାଇ ବାର୍‌ହାଟିକୁ ଧରିଥିଲେ। ସକାଳେ ନେଇ ଜିରୋ ପଏଣ୍ଟରେ ଛାଡ଼ି ଆସିଥିଲେ।

publive-image

ଉଲ୍ଲେଖଯୋଗ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟର ଜିରୋ ପଏଣ୍ଟ ନିକଟରେ ରାଜ୍ୟର ଦ୍ୱିତୀୟ ବୃହତ ଚିଡ଼ିଆଖାନା କରିବା ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe