ଅଜଣା ଟ୍ରକ୍‌ ଧକ୍କାରେ କଟାସର ମୃତ୍ୟୁ

Advertisment

biolib.cz

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ଅର୍ନ୍ତଗତ ହୁମ୍ମା ହାଟ ଛକରେ ୧୬ ନମ୍ବର ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ କଟାସର (ବଣଭୁଆ)) ଟ୍ରକ୍‌ ଧକ୍କାରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ହୁମ୍ମା ଫାଣ୍ଡି ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିଛି। ଏହା ଏକ ଚିତାବାଘ ଛୁଆ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ଏହା ବଣଭୁଆ ତଥା କଟାସ ବୋଲି ବ୍ରହ୍ମପୁର ଏସ୍‌ସିଏଫ କହିଛନ୍ତି। ହୁମ୍ମାର ରବିବାର ସାପ୍ତାହିକ ହାଟଥିଲା। ଏଥି‌ ଯୋଗୁଁ ହୁମ୍ମା ହାଟ ଓ ବଜାର ଗହଳି ରହିଥିଲା। ରାତ୍ର ୧୦ ଘଣ୍ଟା ସମୟରେ ରାଣୀବର ପାହାଡ ପଟୁ ଏକ କଟାସ ଘାଟିପଦର ପୋଡାଗଡ ପାହାଡ ଆଡକୁ ଯିବା ଲାଗି ଜାତୀୟ ରାଜପଥ ୧୬ ପାର ହେଉଥିବା ବେଳେ ହୁମ୍ମା ଛକ ଉପରେ ଏକ ଟ୍ରକ୍‌ ଧକ୍କା ଦେଇ ପଳାଇଥିଲା। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe