ଚମ୍ପୁଆ : କିଛି ଦିନ ପୂର୍ବେ ଚମ୍ପୁଆ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ହାତୀପଲକୁ ଝାଡ଼ଖଣ୍ଡ ଆଡ଼କୁ ଘଉଡାଇ ଦିଆଯାଇଥିଲା। ଏହି ହାତୀପଲ ପୁଣି ଗତକାଲି ଫେରିଛନ୍ତି। ଚମ୍ପୁଆ ନିକଟସ୍ଥ ମଥୁରାପୁର ଗ୍ରାମରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ୨୨ଟି ହାତୀ ଉକ୍ତ ଗ୍ରାମର ଚାଷ ଜମିରେ ପଶି ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରିଥିଲେ। ବର୍ତମାନ ଧାନ ଫସଲ ପାଚିବା ସମୟ ହୋଇଥିବାରୁ ଏହା ନଷ୍ଟ ହେବା ଦେଖି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଏହି ହାତୀପଲକୁ ବନ ବିଭାଗ ଓ ସ୍ଥାନୀୟ ଲୋକମାନେ ଝାଡ଼ଖଣ୍ଡ ରାଜ୍ୟକୁ ଘଉଡାଇ ଦେଇଥିଲେ। ଚମ୍ପୁଆ ବନ ବିଭାଗ ଅଧିକାରୀ ଘନଶ୍ୟାମ ବାରିକଙ୍କ ତତ୍ତ୍ୱାବଧାନରେ ହାତୀପଲକୁ ଘଉଡାଇବା ପାଇଁ ସ୍ୱାଡ୍ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲେ ହେଁ ସେମାନେ ଧନ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରୁନଥିବା ଅଭିଯୋଗ ହେଉଛି।
Follow Us