ବନ୍ୟପ୍ରାଣୀ ଗଣନା: ଡେବ୍ରିଗଡ଼ରେ ଏକମାତ୍ର ମହାବଳ, ୮୨ କଲରାପତରିଆ

Advertisment

ତୃଣଭୋଜୀଙ୍କ ସଂଖ୍ୟା ବଢ଼ିଛି, ପ୍ରତି ବର୍ଗ କିମିରେ ୪୬

ତୃଣଭୋଜୀଙ୍କ ସଂଖ୍ୟା ବଢ଼ିଛି, ପ୍ରତି ବର୍ଗ କିମିରେ ୪୬

ବନ୍ୟପ୍ରାଣୀ ଗଣନା: ଡେବ୍ରିଗଡ଼ରେ ଏକମାତ୍ର ମହାବଳ, ୮୨ କଲରାପତରିଆ

Twitter

ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନା ସରିଛି। ଗତ ମେ ୨୯ରୁ ଜୁନ୍‌ ୩ ପର୍ଯ୍ୟନ୍ତ ଡେବ୍ରିଗଡ଼ରେ ଏହି ଗଣନା କରାଯାଇଥିଲା। ୬୦ ଜଣିଆ ଟିମ୍ ପ୍ରଥମ ୩ ଦିନ ମାଂସାସୀ ପ୍ରାଣୀ ଗଣନା କରିଥିବା ବେଳେ ଶେଷ ୩ ଦିନ ତୃଣଭୋଜୀ ପ୍ରାଣୀ ଗଣନା ହୋଇଥିଲା। ଗତ ବର୍ଷ ଅପେକ୍ଷା ଡେବ୍ରିଗଡ଼ ଅଭୟାରଣ୍ୟରେ ତୃଣଭୋଜୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି। ଅଭୟାରଣ୍ୟରେ ଥିବା ମୋଟ ବାଘ ସଂଖ୍ୟା କେତେ ସେ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ହୋଇଛି। ଗଣନା ଅନୁଯାୟୀ ଏ ବର୍ଷ ୮୨ଟି କଲରାପତରିଆ ବାଘ ଓ ଗୋଟିଏ ମହାବଳ ବାଘ ଡେବ୍ରିଗଡ଼ରେ ଅଛନ୍ତି। ଗତବର୍ଷ ପ୍ରତି ବର୍ଗ କିଲୋମିଟରରେ ୨୯ ତୃଣଭୋଜୀ ଥିବା ରେକର୍ଡ ହୋଇଥିବା ବେଳେ ଏଥର ଏହା ବୃଦ୍ଧି ପାଇଁ ୪୬ରେ ପହଞ୍ଚିଛି। ତୃଣଭୋଜୀଙ୍କ ମଧ୍ୟରେ ଚିତ୍ରା ହରିଣଙ୍କ ସଂଖ୍ୟା ସବୁଠୁ ଅଧିକ। ତା ପଛକୁ ବାର୍‌ହା, ଗୟଳ, ସମ୍ବର ଓ ଚୋସିଙ୍ଗାଙ୍କ ସଂଖ୍ୟା ଅଧିକ ରହିଛି। ଅଭୟାରଣ୍ୟରେ ବାଘ, ଭାଲୁ ଓ ଚିତାବାଘ ସହିତ ୧୦୯୯ରୁ ଅଧିକ ମାଂସାସୀ ଚିହ୍ନଟ ହୋଇଛନ୍ତି।

publive-image Nature Safari India

ବାଘ ପାଇଁ ସୁରକ୍ଷା ବ୍ୟବସ୍ଥା
୭ରୁ ୮ ମାସ ହେଲା ଅଭୟାରଣ୍ୟରେ ଗୋଟିଏ ମହାବଳ ରହିଛି। ୧୨ ଜଣିଆ ଟିମ୍‌ ୩ଟି କଣ୍ଟ୍ରୋଲ୍‌ ରୁମ୍‌ ସହିତ ବାଘର ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ଡେବ୍ରିଗଡ଼ ପରିସୀମାରେ ଥିବା ୪୮ଟି ଗାଁକୁ କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ଦିଆଯାଇଛି। ଉକ୍ତ ଗାଁଗୁଡ଼ିକରେ ନିୟମିତ ସଭା କରାଯାଇ ଲୋକଙ୍କୁ ସଚେତନ କରାଯାଉଛି। ମୋବାଇଲ୍ ପାଟ୍ରୋଲିଂ ଯାନଗୁଡ଼ିକ ପ୍ରତିଦିନ ଅପରାହ୍ଣ ୪ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଅଭୟାରଣ୍ୟର ପରିପାର୍ଶ୍ୱରେ ପାଟ୍ରୋଲିଂ କରୁଛନ୍ତି। ବନ୍ୟଜନ୍ତୁ ଶିକାର କିମ୍ବା ଚୋରି ବିଷୟରେ ସୂଚନା ଦେଲେ ପ୍ରତି ସୂଚନା ବାବଦକୁ ୧୦୦୦ ଟଙ୍କା ମଧ୍ୟ ବନବିଭାଗ ପକ୍ଷରୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe