ବଲାଙ୍ଗୀରରେ ବସ୍ତିମୁହାଁ ବନ୍ୟପ୍ରାଣୀ!

Advertisment

ଜୀବନ ନେଉଛି ହାତୀ, ବାଘ ପଦଚିହ୍ନ ଓ ଭାଲୁ ଆତଙ୍କ

ଜୀବନ ନେଉଛି ହାତୀ, ବାଘ ପଦଚିହ୍ନ ଓ ଭାଲୁ ଆତଙ୍କ

ମନୁଷ୍ୟ-ବନ୍ୟପ୍ରାଣୀ ସଂଘର୍ଷ: ମୃତାହତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବଢ଼ିଲା

image source-sentinelassam.com

ବଲାଙ୍ଗୀର : ବଲାଙ୍ଗୀରରେ ବସ୍ତିମୁହାଁ ବନ୍ୟପ୍ରାଣୀ। ହାତୀ, କଲରାପତରିଆ ବାଘ ଓ ଭାଲୁକୁ ନେଇ ଗାଁ ଗାଁରେ ଏବେ ଆତଙ୍କ। ବନବିଭାଗ ବି ବନ୍ୟପ୍ରାଣୀଙ୍କ ସଂପର୍କରେ ସବିଶେଷ ସୂଚନା ପାଇଲାଣି। ଜଙ୍ଗଲର ହାତୀ ପଲ ବସ୍ତିମୁହାଁ ହୋଇ କିଛି ଦିନ ତଳେ ଜଣେ ଚାଷୀଙ୍କୁ ଦଳିଚକଟି ମାରିଥିଲେ। ଆଉ ଏବେ ବାଘର ପଦ ଚିହ୍ନ ଠାବ ହୋଇଛି ବଲାଙ୍ଗୀର ରେଞ୍ଜ ଅଂଚଳରେ। ଟିଟିଲାଗଡ଼ ରେଞ୍ଜ ଅଂଚଳର ଜଙ୍ଗଲ ନିକଟ ଗାଁରେ ଭାଲୁକୁ ନେଇ ଆତଙ୍କିତ ଲୋକେ ହେଲେଣି। ଭାଲୁ ଗାଁଗୁଡ଼ିକୁ ସଂଧ୍ୟା ହେଲେ ଆସୁଥିବା ସ୍ଥାନୀୟ ଲୋକ କହୁଛନ୍ତି।

ବନ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ଆଗଲପୁର ବ୍ଲକ୍‌ ଛେଲିଆପାଟରେ ଦୁଇ ମାଈ ହାତୀ ଓ ଦୁଇ ଛୁଆ ହାତୀ ଅଛନ୍ତି। ସେମାନେ ଗତ ଜୁନ ୨୨ ତାରିଖରେ ଲୁହୁରାମୁଣ୍ଡା ଗାଁର ଦେବାର ଜୁଏଡଙ୍କୁ ଦଳି ଦେଇଥିଲେ। ୪ଟି ହାତୀ ସେହି ଜଙ୍ଗଲରେ ଥିବା ବେଳେ ଆଉ ଏକ ହାତୀ ଲାଠୋର ରେଞ୍ଜ ଅନ୍ତର୍ଗତ ଘାର୍ଗୁଲି ନିକଟ ଜଙ୍ଗଲରେ ରହିଥିବା ଜଣାପଡ଼ିଛି। କେତେକ ବ୍ୟକ୍ତି ବସ୍ତିମୁହାଁ ହାତୀଙ୍କ ଫଟୋ ଉଠାଇ ବନବିଭାଗ ଅଧିକାରୀଙ୍କୁ ଦେବା ସହ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରୁଛନ୍ତି। ବଡ଼ମାଲ ଜଙ୍ଗଲରେ ତିନୋଟି କଲରାପତରିଆ ବାଘ ଥିବା ବେଳେ ଆଉ ଏକ କଲରାପତରିଆ ବାଘ ବଲାଙ୍ଗୀର ରେଞ୍ଜ ବଣ୍ଡା ଜଙ୍ଗଲରେ ବୁଲୁଥିବା ବନ ବିଭାଗ କହିଛି। କଲରାପତରିଆ ବାଘର ପଦଚିହ୍ନ ବି ଠାବ ହୋଇଛି। ସେହିପରି ଟିଟିଲାଗଡ଼ ରେଞ୍ଜ ବର୍ଣ୍ଣେଇ ଜଙ୍ଗଲରେ ଏବେ ଭାଲୁ ଉପଦ୍ରବ ଲାଗି ରହିଛି। ୧୦ରୁ ଅଧିକ ଭାଲୁ ସେହି ଅଂଚଳର ଗାଁକୁ ପଶୁଛନ୍ତି। ଫଳରେ ଏବେ ଜଙ୍ଗଲ ପାଖ ଗାଁଗୁଡ଼ିକରେ ଲୋକେ ଆତଙ୍କରେ ରହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe