ଭିମ୍‌ସାର୍‌ରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର ହସ୍ପିଟାଲ୍‌

Advertisment

ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି

ଜାଲ୍‌ ସାର୍ଟିଫିକେଟ୍ କେଳେଙ୍କାରୀ: ଭିମ୍‌ସାର୍‌ରେ ବହୁ ନକଲି ସାର୍ଟିଫିକେଟ୍‌ଧାରୀ କର୍ମଚାରୀ!

New Indian Express

ସମ୍ବଲପୁର : ଭିମ୍‌ସାରରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କ୍ୟାନ୍‌ସର ହସ୍‌ପିଟାଲ୍ ବାହାରେ ଆଉ ଏକ ୧୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କ୍ୟାନ୍‌ସର ୟୁନିଟ୍ ତିଆରି ହେବ। ପୂର୍ବରୁ ଥିବା ୩୦ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର ବିଭାଗର ଆଧୁନିକୀକରଣ କରାଯାଇ ଏହାକୁ ଏକ ସ୍ବୟଂସଂପୂର୍ଣ୍ଣ ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ରର ରୂପ ଦିଆଯିବ। ଏଥିପାଇଁ ଅତିରିକ୍ତ କୋଠା ନିର୍ମାଣ ସହ ୨ଟି ବଙ୍କର, ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ କରାଯିବ। ବିଶେଷଜ୍ଞ ଡାକ୍ତର ଓ ଟେକ୍‌ନିସିଆନ୍‌ ନିଯୁକ୍ତ କରାଯିବ।

ଏହି ଅଞ୍ଚଳରେ ବଢ଼ୁଥିବା କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭିମସାର୍‌କୁ ଏକ କ୍ୟାନ୍‌ସର ହବ୍ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଥିଲା। ସରକାରଙ୍କ ପକ୍ଷରୁ ପ୍ରଥମେ ୫୦ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର କେୟାର୍ ୟୁନିଟ୍ କରିବାକୁ କହା ଯାଇଥିଲେ ବି ଜିଲ୍ଲା ପ୍ରଶାସନର ପ୍ରସ୍ତାବରେ ଏହାକୁ ୧୦୦ ଶଯ୍ୟାକୁ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି। ଶୁକ୍ରବାର ଆୟୋଜିକ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଥିଲା। ବିଭାଗୀୟ ମଞ୍ଜୁରି ମିଳିବା ମାତ୍ରେ କାମ ଆରମ୍ଭ ହେବ ବୋଲି ଜଣା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ଭର୍ଚୁଆଲ୍ ବୈଠକରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ, ଭିମସାର୍‌ ନିର୍ଦ୍ଦେଶକ, ରେଡିଓଲଜି ଫିଜିକ୍ସର ମୁଖ୍ୟ, ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ତଥା ସମ୍ବଲପୁର ଜିଲ୍ଲାପାଳ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଭିମ୍‌ସାର୍‌ରେ କେନ୍ଦ୍ର ଅନୁଦାନରେ ଏକ ବୃହତ୍ କର୍କଟ କେନ୍ଦ୍ର ସ୍ଥାପନ ପାଇଁ କାମ ଚାଲିଛି। ପୂର୍ବରୁ ଥିବା ଶିଶୁ ରୋଗ ବିଭାଗ କୋଠା ଭଙ୍ଗା ହେବା ପରେ ନୂତନ ଡାକ୍ତରଖାନା କୋଠା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଉକ୍ତ ଡାକ୍ତରଖାନା ପ୍ରସ୍ତୁତ ହେବାକୁ ବେଶ କିଛି ସମୟ ଲାଗିବ। ତା' ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଉପରୋକ୍ତ କ୍ୟାନ୍‌ସର ହବ୍‌ ବିକଶିତ କରାଯିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe