ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ଗସ୍ତ ପରେ ଗୋବର ପାଣିରେ ସଫେଇ ହେବ

ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ: ବିଜେପି

ଭାରତୀୟ ଅର୍ଥ ବ୍ୟବସ୍ଥା ଭବିଷ୍ୟତ ଉଜ୍ଜ୍ୱଳ: ସମୀର ମହାନ୍ତି

Odisha Sun Times

ଭୁବନେଶ୍ବର : ସ୍ବଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ପାଇଁ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ମିଳିତ ଭାବେ ବାଟମାରଣା କରି ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରିଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ବିଜେପି ଆନ୍ଦୋଳନ କରିବ ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ମମିତା ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିବେ ସେହି ସ୍ଥାନକୁ ଗୋବର ପାଣିରେ ସଫେଇ ଅଭିଯାନ ହେବାର ନିଷ୍ପତ୍ତି ହୋଇଛି।

ସେହିପରି ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ଗଠନ କରାଯାଇଛି। ଏହାଦ୍ବାରା ବାହ୍ୟ ମଳମୁକ୍ତ, ନିର୍ମଳ ପରିବେଶ ପ୍ରତିଷ୍ଠା, ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ସଫେଇ ଆଦି କାର୍ଯ୍ୟ ହେବ। ବିଜେପି ସ୍ବଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ମହେଶ ମହାନ୍ତିଙ୍କ ଆବାହକତ୍ବରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସମେତ ସମସ୍ତ ଜିଲ୍ଲା ସଂଯୋଜକମାନେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe