‌ପ୍ରତି ପୌରାଞ୍ଚଳରେ ହେବ ମଡେଲ୍ ବୁଥ୍‌

ପୈାରାଧ୍ୟକ୍ଷ ନିର୍ବାଚନ ଫଳାଫଳ: ରାୟଗଡ଼ା ଜିଲ୍ଲା

Times of India

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ଯେପରି ପ୍ରତି ବ୍ଲକରେ ପିଙ୍କ୍‌ ବୁଥ୍‌ ହୋଇଥିଲା ସେହିପରି ପୌର ନିର୍ବାଚନରେ ପ୍ରତି ସହରାଞ୍ଚଳରେ ମଡେଲ୍ ବୁଥ୍‌ ହେବ। ପ୍ରତି ଏନ୍‌ଏସିରେ ଗୋଟିଏ, ମ୍ୟୁନିସପାଲଟିରେ ତିନିଟି, ମହାନଗର ନିଗମରେ ୫ଟି ମଡେଲ୍ ବୁଥ୍‌ କରିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ଆର୍‌.ଏନ୍‌ ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ସବୁ ବୁଥ୍‌ରେ ପିଇବା ପାଣି, ଶୌଚାଳୟ, ରୢାମ୍ପ, ପ୍ରତୀକ୍ଷା ଗୃହ ରହିବ। ଯେଉଁଠି ଏକାଧିକ ବୁଥ୍‌ ହୋଇଥିବ ସେଠାରେ ଏହି ମଡେଲ୍ ବୁଥ୍‌ କରାଯିବ। ଭିନ୍ନକ୍ଷମଙ୍କ ପାଇଁ ହୁଇଲ୍‌ ଚେୟାର, ଭୋଟରଙ୍କୁ ସ୍ବାଗତ କରିବା ପାଇଁ ସାମିଆନା ରହିବ। ଭୋଟରଙ୍କ ସହାୟତା ପାଇଁ ହେଲ୍‌ପ ଡେସ୍କ ଖୋଲାଯିବ। ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେଲ୍‌ଫି ଜୋନ୍ ରହିବ। ଏହି ମଡେଲ୍‌ ବୁଥ୍‌ ପାଇଁ ବୁଥ୍‌ ପିଛା ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe