ଲକ୍‌ଡାଉନ୍‌ରେ ମଦ ହୋମ୍‌ ଡେଲିଭରି ହେବ

Advertisment

ଖଣି ଉତ୍ତୋଳନ କାର୍ଯ୍ୟ ବି ଜାରି ରହିବ, ସାନି ନିର୍ଦ୍ଦେଶନାମା ଜାରି କଲେ ଏସ୍‌ଆର୍‌ସି

ଖଣି ଉତ୍ତୋଳନ କାର୍ଯ୍ୟ ବି ଜାରି ରହିବ, ସାନି ନିର୍ଦ୍ଦେଶନାମା ଜାରି କଲେ ଏସ୍‌ଆର୍‌ସି

ସରକାରଙ୍କ ବିଚିତ୍ର ନିୟମ: ରାତି ଅଧରେ ମଦ ମିଳିବ, ଖାଦ୍ୟ ମନା

India Today

ଭୁବନେଶ୍ୱର : ଆଜି ରାଜି ୯ଟା ପରଠୁ ଜୁଲାଇ ୩୧ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଭୁବନେଶ୍ବର କଟକ ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲକ୍‌ଡାଉନ୍‌ କଟକଣା ଲାଗୁ ହୋଇଛି। ଏନେଇ ଗତକାଲି ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଆଜି ପୁଣି ସେଥିରେ କିଛିଟା ପରିବର୍ତ୍ତନ କରି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ତାଲାବନ୍ଦ ଦିନମାନଙ୍କରେ ସମସ୍ତ ପ୍ରକାର ମଦ ଦୋକାନ ନ ଖୋଲି ହୋମ୍‌ ଡେଲିଭରି କରାଯିବ। ଲକ୍‌ଡାଉନ୍‌ ସମୟରେ ବିଦେଶୀ ମଦ ଯଥା ଆଇଏମ୍‌ଏଫ୍‌ଏଲ୍‌, ଦେଶୀ ମଦ ଓ ମହୁଲ ଆଦି ମଦକୁ ଠିପି ଖୋଲା ଓ ଠିପି ବନ୍ଦ ବ୍ୟବସାୟୀ ପୂର୍ବପରି ହୋମ୍‌ ଡେଲିଭରି କରିପାରିବେ। କିନ୍ତୁ କୌଣସି ବି ପରିସ୍ଥିତିରେ ଲକ୍‌ଡାଉନ୍‌ ଦିନମାନଙ୍କରେ ମଦ କାଉଣ୍ଟରରେ ବିକ୍ରି ହେବ ନାହିଁ।

ସେହିପରି ଟେଲିକମ୍‌ ଓ ଇଣ୍ଟରନେଟ୍‌ ସେବା ପ୍ରଦାନକାରୀ କମ୍ପାନି ସେମାନଙ୍କ ସେବା ପ୍ରଦାନ ପାଇଁ ସର୍ବନିମ୍ନ କର୍ମଚାରୀରେ କାର୍ଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀମାନେ କମ୍ପାନି ଦେଇଥିବା ପରିଚୟ ପତ୍ର ପାଖରେ ରଖିବେ। ଡାଟା ଓ କଲ୍‌ ସେଣ୍ଟର, ବ୍ୟାଙ୍କ, ବୀମା, ଆର୍ଥିକ ସଂସ୍ଥା ଓ ଅନ୍ୟ ସେବା ପ୍ରଦାନକାରୀ କମ୍ପାନିମାନେ ଅଫିସ୍‌ କାର୍ଯ୍ୟ ପାଇଁ ସର୍ବମୋଟ୍‌ ୨୫% କର୍ମଚାରୀ ନିୟୋଜିତ କରିପାରିବେ। ତେବେ ଖଣି ଉତ୍ତୋଳନ କାର୍ଯ୍ୟକୁ ଲକଡାଉନ୍ କଟକଣାରୁ ବାଦ୍ ଦିଆଯାଇଛି।

ତାଲାବନ୍ଦ ଅବଧିରେ ମାଛ, ମାଂସ, ଅଣ୍ଡା, ଚିକେନ୍‌, ଫଳ ଦୋକାନୀମାନେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେମାନଙ୍କ ଦୋକାନ ଗ୍ରାହକମାନଙ୍କ ପାଇଁ ଖୋଲିପାରିବେ। କାରବାର ସମୟତକ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ସତର୍କତା, ସାମାଜିକ ଦୂରତା ନିୟମ ଯେପରି ପାଳନ ହେବ, ସେଥିପାଇଁ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବ। ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପ୍ରଶାସନ ମଧ୍ୟ ମାଛ, ମାଂସ, ଚିକେନ୍‌ ଗ୍ରାହକଙ୍କ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରିପାରିବେ। ଶୀତଳଭଣ୍ଡାର, ଗୋଦାମଗୃହ, ଭଣ୍ଡାର ଗୃହ, ପ୍ୟାକେଜିଂ ୟୁନିଟ୍‌ କାର୍ଯ୍ୟ ଚାଲୁ ରହିବା ସହ ସେସବୁ ସାମଗ୍ରୀର ପରିବହନ ଉପରେ କୌଣସି କଟକଣା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe