ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି, ଅଞ୍ଚଳବାସୀଙ୍କ ସେବାରେ ବ୍ରତୀ ରହିବି: ସନାତନ

Advertisment

ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ହେଉଥିଲା ଜୋରଦାର ଚର୍ଚ୍ଚା, ହେଲେ ମିଳିଲାନି ମନ୍ତ୍ରୀପଦ

ମନ୍ତ୍ରିମଣ୍ଡଳ ଗଠନ ପୂର୍ବରୁ ହେଉଥିଲା ଜୋରଦାର ଚର୍ଚ୍ଚା, ହେଲେ ମିଳିଲାନି ମନ୍ତ୍ରୀପଦ

ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି, ଅଞ୍ଚଳବାସୀଙ୍କ ସେବାରେ ବ୍ରତୀ ରହିବି: ସନାତନ

ବେତନଟୀ ସଦର: ରାଜ୍ୟରେ ବିଜେପି ବହୁମତ ସହ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କନକବର୍ଦ୍ଧନ ସିଂଦେଓ ଶପଥ ନେଇଛନ୍ତି। ଏହାସହ ୮ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୫ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ହେଲେ ଏହା ଭିତରେ ବଡକଥା ହେଉଛି, ମନ୍ତ୍ରgମଣ୍ଡଳ ଗଠନ ପୂର୍ବରୁ କିଛି ବିଧାୟକଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ସେମାନଙ୍କୁ କିନ୍ତୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ପାରିଲା ନାହିଁ। ସେମାନଙ୍କ ଭିତରେ ମୟୂରଭଂଜ ଜିଲ୍ଲା ବଡ଼ସାହିର ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କର ମଧ୍ୟ ନାମ ଚର୍ଚ୍ଚାରେ ଥିଲା।

ଦଳର ବରିଷ୍ଠ ନେତା, ବିରୋଧୀଦଳରେ ଥିବା ବେଳେ ନିଜ ଅଞ୍ଚଳର ସମସ୍ୟା ସହିତ ରାଜ୍ୟର ସମସ୍ୟା ନେଇ ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରିପାରୁଥିବା ନେତାଙ୍କ ଭିତରୁ ସନାତନ ବିଜୁଳି ଅନ୍ୟତମ। ସେହିଭଳି ପୂର୍ବ ସରକାରକୁ ପିସି ସରକାର ନାମଦେଇ ମଧ୍ୟ ସେ ବେସ ଚର୍ଚ୍ଚାରେ ଥିଲେ। ଅନ୍ୟପଟେ ସନାତନ ନିଜର ପ୍ରତିଦ୍ବନ୍ଦ୍ବୀ ବିଜେଡିର ଅନସୂୟା ପାତ୍ରଙ୍କୁ ୩୭୩୮୭ ଭୋଟରେ ପରାସ୍ତ କରିଥିଲେ, ଯାହା ବିଜେପିରେ ଜିତିଥିବା ଅନ୍ୟ ପ୍ରାର୍ଥୀଙ୍କ ଠାରୁ ସର୍ବାଧିକ ବ୍ୟବଧାନ। ତାଙ୍କର ମନ୍ତ୍ରୀପଦ ନପାଇବା ଯୋଗୁଁ ତାଙ୍କୁ ଭଲ ପାଉଥିବା ବଡ଼ସାହି ନିର୍ବାଚନୀ କ୍ଷେତ୍ରର ଅଗଣିତ ଜନସାଧାରଣ ନିରାଶ ହୋଇଥିବାର ପରିଲକ୍ଷିତ ହୋଇଛି। ହେଲେ ଏନେଇ ବିବ୍ରତ ନୁହନ୍ତି ବିଧାୟକ ସନାତନ ବିଜୁଳି। ସେ କହିଛନ୍ତି କି ସେ କେବେବି ଦଳରେ କୌଣସି ପଦପଦବି ପାଇଁ ଲାଳାୟିତ ନଥିଲେ କି ଏବେ ନାହାନ୍ତି। ସେ ପୂର୍ବଭଳି ନିଜ ଶାଣିତ କଣ୍ଠରେ ନିଜ ଅଞ୍ଚଳର ସମସ୍ୟାକୁ ବିଧାନସଭାରେ ଉଠାଇବେ ଲୋକଙ୍କ ସାଙ୍ଗରେ ରହିବେ ଏବଂ ସେ ଦଳର ନିଷ୍ପତିକୁ ସର୍ବଦା ସମ୍ମାନ ଦେଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe